Jai Odisha
News

ବର୍ଷେ ପାଇଁ ମିଳିବ ମାଗଣା ରାସନ : କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ,୨୪ ।୧୨:  କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିଲା ମୋହର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ୍‌ କୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି।୮୧.୩ କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍‌ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣାରେ ରାସନ୍‌  ପ୍ରଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ୧ ବର୍ଷ ପାଇଁ ୮୧.୩ କୋଟି ଲୋକଙ୍କୁ ମାଗଣା ରାସନ୍‌ ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ବର୍ଷେ ପାଇଁ ମିଳିବ ମାଗଣା ରାସନ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷପାଇଁ ମାଗଣା ରାସନ ସମଗ୍ରୀ ଦେବା ଉପରେ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷ ପାଇଁ ୮୧.୩୫ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଗରିବ ଲୋକଙ୍କୁ ମାଗଣା ରାସନ ଦେବା ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ, କେନ୍ଦ୍ର ସରକାର ଏହାର ଭାର ବହନ କରିବେ। ପୂର୍ବରୁ ଚାଉଳ କିଲୋ ପ୍ରତି ୩ ଟଙ୍କା, ଗହମ କିଲୋପ୍ରତି ୨ଟଙ୍କା ଦରରେ ଯୋଗାଇ ଦିଆଯାଉଥିଲା। ତେବେ ଆସନ୍ତା ୨୦୨୩ ଡିସେମ୍ବର ଯାଏଁ କିନ୍ତୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ରାସନ୍ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ୱାନ ରାଙ୍କ ୱାନ ପେନସନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହା ଦ୍ବାରା ଉପକୃତ ହେବେ ଦେଶର ୨୫ ଲକ୍ଷ ମିଲିଟାରୀ ପେନସନ ଉପଭୋକ୍ତା । ଫଳରେ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀ ଓ ଦିବ୍ୟାଙ୍ଗ ହୋଇଥିବା ଯବାନଙ୍କୁ ଏହାର ଫାଇଦା ମିଳିବ ।  ଏହା ଦ୍ବାରା ସରକାରଙ୍କ ଉପରେ ୮ ହଜାର ୪୫୦ କୋଟି ଟଙ୍କା ଅତିରିକ୍ତ ଭାର ପଡିବ । ୱାନ୍ ରାଙ୍କ୍ ୱାନ୍ ପେନ୍ସନର ଅର୍ଥ ହେଉଛି ସମାନ ପଦବୀ ଏବଂ  ସମାନ  ଅବଧିର ସେବ ଲାଗି ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ସମାନ ପେନସନ୍ ପ୍ରଦାନ ।

 

 

Leave A Reply

Your email address will not be published.