Jai Odisha
News

ବାଉଁଶରେ ନିର୍ମାଣ କଲେ ନନ୍ଦିଘୋଷ ରଥ ବାଲୁକା ଶିଳ୍ପୀ ସତ୍ୟ ମହାରଣା

ବ୍ରହ୍ମପୁର-୩୦/୬ :ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂତନ କଳାକୃତି ବାଉଁଶରେ ନିର୍ମାଣ କରିଛନ୍ତି ନନ୍ଦିଘୋଷ ରଥ । ପ୍ରତି ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପାଇଁ ରଥ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ବାଉଁଶରେ ନିର୍ମିତ ନନ୍ଦିଘୋଷ ରଥ ଖୁବ୍ ସୁନ୍ଦର ହୋଇଛି । ଯାହାର ଉଚ୍ଚତା ୨୦ ଇଞ୍ଚ୍ ଏବଂ ଓସାର ୧୩ ଇଞ୍ଚ୍ ।ସେହିପରି ଆଇସକ୍ରିମ୍ କାଠିରେ ଆଉ ଏକ ରଥ ତିଆରି କରିଛନ୍ତି ଯାହାର ଉଚ୍ଚତା ୭ ଇଞ୍ଚ୍ ଏବଂ ଓସାର ୬ ଇଞ୍ଚ୍ । ଉଭୟ ରଥ ଦେଖିବାକୁ ଅବିକଳ ପୁରୀ ନନ୍ଦିଘୋଷ ରଥ ପରି ଯେଉଁଥିରେ ୧୬ଟି ଚକ,୪ଟି ଘୋଡ଼ା, ଓଲୋଟ ଶୁଆ,ଦଧିନଉତି,ପତିତ ପାବନ ବାନା ଏବଂ ସାରଥି ଶୋଭାପାଉଛି । ଏହି କଳାକୃତି କରିବାକୁ ତାଙ୍କୁ ମୋଟ ପାଞ୍ଚ ଦିନ ସମୟ ଲାଗିଥିଲା ।ପୂର୍ବରୁ ୧ଏମ୍ଏମ୍ ର କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରି ଏକ୍ସ-କ୍ଲିୟୁଜୀବ ୱାରେଲର୍ଡ ରେକର୍ଡ ହାସଲ କରିଛନ୍ତି । ୧ସିଏମ୍ ର ନନ୍ଦିଘୋଷ ରଥ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଛି ।ଏହି ନିଆରା କଳାକୃତି ପାଇଁ ଏସିଆନ୍ ବୁକ୍ ଅଫ ରେକର୍ଡ, ନେସନଲ ବୁକ୍ ଅଫ ରେକର୍ଡ,ଗ୍ଲୋବାଲ ବୁକ୍ ଅଫ ରେକର୍ଡ ସହିତ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି l

Leave A Reply

Your email address will not be published.