Jai Odisha
News

ବାଘ ଆତଙ୍କ ; ୩ ବନ କର୍ମଚାରୀଙ୍କ ସମେତ ୧୩ ଆହତ

ଘରେ ରହିବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ

ଜୋରହାଟ : ଆସାମର ଜୋରହାଟ ଜିଲାରେ ଦେଖାଦେଇଛି ଚିତାବାଘ ଆତଙ୍କ। ଜଣଙ୍କ ପରେ ଜଣଙ୍କୁ ଆକ୍ରମଣ କରୁଛି ବାଘ। ଚିତାବାଘ ଆକ୍ରମଣରେ ୩ ଜଣ ବନ କର୍ମଚାରୀଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ୨୬ ଡିସେମ୍ବର ଜୋରହାଟ ଜିଲାର ତେଓକ ନିକଟ ଚେନିଜନ ସ୍ଥିତ ବର୍ଷା ବନ ଅନୁସନ୍ଧାନ ସଂସ୍ଥା ନିକଟରେ ଘଟିଛି। ଜୋରହାଟ ଜିଲାର ପୁଲିସ ଅଧିକାରୀଙ୍କ କହିବାନୁସାରେ ବାଘ ଆକ୍ରମଣରେ ୩ ବନ କର୍ମଚାରୀ ସମେତ ୧୩ ଜଣ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।ଜୋରହାଟ ଜିଲାର ଜଣେ ବନ ଅଧିକାରୀ ଘଟଣା ବିଷୟରେ ସୂଚନା ଦେବା ସହ ବାଘ ସକାଳ ୧୦ଟା ୩୦ରେ ଆକ୍ରମଣ କରିବା ସହ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ସେହି ଅଞ୍ଚଳରେ ବାଘ ଥିବା ନେଇ ବନ କର୍ମଚାରୀ ସୂଚନା ପାଇବା ପରେ ସେଠାରେ ପହଞ୍ଚି ଥିଲେ। ସେହି ସମୟରେ ଚିତାବାଘଟି ୨ ଜଣ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲା। କାର ଭିତରେ ଥିବା ସମୟରେ ମଧ୍ୟ ବାଘଟି ଆକ୍ରମଣ କରିଥିଲା।ଏହାପରେ ବନ ବିଭାଗ ଘଟଣା ସ୍ଥଳକୁ ଆଉ ଏକ ଟିମ୍‌‌କୁ ପଠାଇଥିଲା। ଚିତାବାଘକୁ ଶାନ୍ତ କରିବା ପାଇଁ ସମସ୍ତ କର୍ମଚାରୀ ଉଦ୍ୟମ ଆରମ୍ଭ କରିଥିଲେ। ଅନୁସନ୍ଧାନ ସଂସ୍ଥାର ନିକଟରେ ବନ କ୍ଷେତ୍ରରୁ ବାଘଟି ଆସିଛି ବୋଲି ସନ୍ଦେହ କରାଯାଉଛି।
ବନ ବିଭାଗ ଉକ୍ତ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘର ଭିତରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ବାଘଟି ଧରା ପଡିନଥିବା ବେଳେ ବନ ବିଭାଗ ବାଘକୁ ଖୋଜିବାର ପ୍ରୟାସ ଜାରି ରଖିଛନ୍ତି। ସୂଚନା ଯୋଗ୍ୟ, ଚଳିତ ବର୍ଷ ଡିସେମ୍ବରରେ ମନେନ୍ଦ୍ରଗଡ ଜିଲ୍ଲାର କୁନୱରପୁର ଜଙ୍ଗଲ ଅଞ୍ଚଳର ଗଦୌରା ଗ୍ରାମରେ ଚିତାବାଘ ଆକ୍ରମଣରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.