Jai Odisha
News

ବାଣୀବିହାର ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ

ଭୁବନେଶ୍ୱର,୧୨।୨:ଉତ୍କଳ ବିଶ୍ଵବିଦ୍ୟାଳୟରେ ଗଣ୍ଡଗୋଳ   । ବାଣୀବିହାର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅସନ୍ତୋଷ ଦେଖାଦେଇଛି । ପିଜି କାଉନସିଲ୍ ହଲରେ ଚାଲିଥିବା ଆଲୋଚନା ଚକ୍ରରେ ଗଣ୍ଡଗୋଳ ହୋଇଛି । ସିଟିଜେନ୍ସ ଫୋରମ ତରଫରୁ ପିଜି କାଉନସିଲ ଅଡିଟୋରିୟମ ଠାରେ ‘ସମ୍ବିଧାନ ଏବଂ ଶିକ୍ଷା’ ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା l ଜେଏନୟୁର ପ୍ରଫେସର ସୁରଜିତ ମଜମୁଦାର ବକ୍ତବ୍ୟ ରଖିବା ସମୟରେ ତାଙ୍କୁ ବିରୋଧ କରି ଗଣ୍ଡଗୋଳ ଦେଖାଦେଇଥିଲା ।ଆଜି ରବିବାର ଥିବା ବେଳେ ସିଟିଜେନ ଫୋରମ ପକ୍ଷରୁ ଏକ ସେମିନାରର ଆୟୋଜନ କରିଥିଲା । ସେଠାରେ JNU ର ପ୍ରଫେସର ସୁରଜିତ ମଜୁନ୍ଦାର ଏକ ଅପ୍ରିତିକର ଅଭିଭାଷଣ ଦେଇଥିଲେ । ଯେଉଁଥିରେ ସେ ଜାତି କୁ ନେଇ ପ୍ରଶ୍ନ ଉଠାଇଥିଲେ।ବର୍ତ୍ତମାନ ଯେଉଁ ସରକାର ଶାସନ କରୁଛନ୍ତି ତାଙ୍କ ହାତରେ ଦେଶର ସମ୍ବିଧାନ ବିପଦରେ ଅଛି ବୋଲି କହିଥିଲେ।  ଭାରତ ବିରୋଧରେ ଭାଷଣ ଦେଇଥିଲେ।ଯାହାକୁ ଉତ୍କଳ ବିଶ୍ଵବିଦ୍ୟାଳୟର ଛତ୍ରଛାତ୍ରୀ ମାନେ ବିରୋଧ କରିଥିଲେ। ଗୋଟେ ଶିକ୍ଷାନୁଷ୍ଠାନରେ ଏଭଳି ମନ୍ତବ୍ୟ ଦେଵା କେତେ ଦୂର ଠିକ ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ ଉଠାଇଥିଲେ।ଛାତ୍ରଛାତ୍ରୀ ମାନେ ବିରୋଧ କରିବାରୁ କିଛି ଅଣଛାତ୍ର ମାନେ ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ଠେଲାପେଲା କରିଥିଲେ।  ଯାହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Leave A Reply

Your email address will not be published.