Jai Odisha
News

ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ,ରାତି ୧ଟାରେ ସୁନାବେଶ

ଚାନ୍ଦବାଲି ,୨୮।୦୨:    ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି  ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାବା ଆଖଣ୍ଡଳମଣିଙ୍କ  ଜାଗରଯାତ୍ରା ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ଦିନ ଭୋର ୪ଟାରେ  ଆଳତୀ। ଭୋର ୪ଟା ୩୦ମି. କନିକାରାଜାଙ୍କର ପହିଲି ଘର୍ଷଣଲାଗି । ଏହାପରେ ସକାଳ ୫ଟାରେ ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି। ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ସେହିପରି  ରାତି ୧୧ଟା ଚତୁର୍ଥପ୍ରହର ପୂଜା , ଘୃତସ୍ନାନ, ଘର୍ଷଣଲାଗି, ୧୦୮କଳସ ଜଳଲାଗି, ପଞ୍ଚ  ଉପଚାର ପୂଜା। ରାତି ୧୨ଟା ମଣିବାବାଙ୍କ  ସୁନାବେଶ  ଆରମ୍ଭ ହୋଇ ରାତି ୧ଟା ୩୦ମି. ସୁନାବେଶ ସମ୍ପନ୍ନ ହେବ । ଏହିସମୟରେ ସର୍ବସାଧାରଣ ଦର୍ଶନ ମନା ରହିଛି । ଶେଷରେ ରାତି ୨ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରାତି ୩ଟା ୧୫ମି. ମହାଦୀପ ଷୋଡଶ ଉପଚାରରେ ପୂଜାରେ ପ୍ରତିଷ୍ଠା, ଅଗ୍ନି ସଂଯୋଗ ଏବଂ ଯଜ୍ଞ ହେବ। ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବା ପରେ ଭୋର ୪ଟା ୩୦ମି ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିରଚୂଡାରେ ସ୍ଥାପନ ହେବ ।

Leave A Reply

Your email address will not be published.