Jai Odisha
News

ବାରବାଟୀରେ ଆରମ୍ଭ ହେଲା ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ

କଟକ,୧୧।୧: ‌ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି।  ଡିଜେ ସଙ୍ଗୀତରେ କମ୍ପୁଛି ବାରବାଟୀ ଷ୍ଟାଡିୟମ । ବଲିଉଡ୍ ଷ୍ଟାର ଦିଶା ପଟାନୀଙ୍କ ସହ ରଣବୀର ସିଂ ଜଲୱା ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ ଲାଗିଛି । ୩ଟାରୁ ଡିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ, ପରେ ପରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତି, ସବ୍ୟସାଚୀ-ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମ ରହିଛି ।ଦର୍ଶକମାନେ ଅପରାହ୍‌ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ।  ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଛି। ପରେ କଣ୍ଠଶିଳ୍ପୀ ସ୍ନିତି ମିଶ୍ରଙ୍କ ଦ୍ୱାରା ସଂଗୀତ ପରିବେଶ ଓ ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଛି। ସେହିପରି ଋତୁରାଜ ମହାନ୍ତି ନିଜର ପ୍ରସ୍ତୁତି ଦେଇଛନ୍ତି।ଅପରାହ୍ନ ୩ଟାରେ ହକି ଉଦ୍‌ଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାତି ଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ରଣବୀର ସିଂହଙ୍କ ସମେତ ଦିଶା ପଟାନୀ, ଓଲିଉଡର କଳାକାର ସବ୍ୟସାଚୀ, ଅର୍ଚ୍ଚିତା, ଏଲିନା ସାମନ୍ତରାୟ, ଅନନ୍ୟା ନନ୍ଦ, ଲିସା ମିଶ୍ର, ଋତୁରାଜ ମହାନ୍ତି, ସୁନୀତି ମିଶ୍ର ପ୍ରମୁଖ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉଦ୍‌ଘାଟନ ସମାରୋହରେ ଉପସ୍ଥିତ ରହିବେ।

Leave A Reply

Your email address will not be published.