Jai Odisha
News

ବାରବାଟୀରେ ପହଞ୍ଚିଲେ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌

ଭୁବନେଶ୍ବର,୧୨/୦୬: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ଖେଳାଳି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି। ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଖେଳାଳିମାନେ ବସ୍‌ରୁ ଓହ୍ଲାଇ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିସାରିଛନ୍ତି। ଖେଳାଳି ଓ ଟିମର ଅନ୍ୟ କର୍ମୀମାନେ ୪ଟି ବସରେ ଭୁବନେଶ୍ବରସ୍ଥିତ ହେଟେଲ ‘ମେ ଫାୟାର’ରୁ ସନ୍ଧ୍ୟା ୪ଟା ୫୦ରେ ବାହାରିଥିଲେ। ଏମାନେ ସମସ୍ତେ ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଥିବା ସୂଚନା ମିଳିଛି।ଖେଳାଳିମାନେ କଡ଼ାସୁରକ୍ଷା ମଧ୍ୟରେ ହେଟେଲରୁ ବାହାରିଥିଲେ। ସେମାନଙ୍କୁ ସୁରକ୍ଷାର ସହିତ ବାରବାଟୀକୁ ନିଆଯାଇଥିଲା। ମ୍ୟଚ ଦେଖିବାରୁ ବଞ୍ଚିତ ଥିବା ପ୍ରଶଂସକମାନେ ରାସ୍ତାରେ ଭିଡ଼ ଲଗାଇଥିଲେ। ହେ‌ାଟେଲ ସାମ୍ନା ଠାରୁ ଆରମ୍ଭ କରି, ଖେଳାଳିମାନଙ୍କର ବସ୍‌ ଯାଉଥିବା ରାସ୍ତାରେ ପ୍ରଶଂସକମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା।ବାରବାଟୀରେ ଭାରତ-ଦକ୍ଷିଣ ଆଫିକା ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦର୍ଶକମାନେ ପ୍ରବେଶ କରିସାରିଛନ୍ତି। ଅପରାହ୍ନ ୩ଟା ହେବା ମାତ୍ରେ ବାରବାଟୀ ‌ଷ୍ଟାଡିୟମ୍‌ର ୧୪ଟି ଗେଟ୍‌ରେ ଦର୍ଶକଙ୍କୁ ପ୍ରବେଶ ଦିଆଯାଇଥିଲା। ବାହାର ଜିନିଷ‌ ଯେପରି କି ପାଣି ବୋତଲ, ଖାଦ୍ୟ-ପଦାର୍ଥ, ହେଲମେଟ, ମୁଦ୍ରା (କଏନ୍‌) ଆଦିକୁ ବାରଣ କରାଯାଇଥିଲା। ସମସ୍ତ ଦର୍ଶକ ମାସ୍କ ପିନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଛନ୍ତି। ବାରବାଟୀ ଭିତରକୁ ଦର୍ଶକମାନଙ୍କୁ ପ୍ରବେଶ କରାଯିବା ପରେ ଦର୍ଶକମାନେ ଉତ୍ସାହିତ ଦେଖାଯାଉଛନ୍ତି।

Leave A Reply

Your email address will not be published.