Jai Odisha
News

ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ,୩ ଜଣ ଛାତ୍ର ଗୁରୁତର

ବାଲିଗୁଡ଼ା,,୧।୨:ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ ରେ ୩ ଜଣ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ରୁତୁଙ୍ଗିଆ ଠାରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଏହି ଅଘଟଣ ଘଟିଛି । ତେବେ ଖେଳ ଛୁଟିରେ ୩ ଜଣ ପିଲା ବସିଥିବା ବେଳେ ଅଜଣା ବସ୍ତୁରୁ ବିସ୍ଫୋରଣ ହୋଇଥିଲା । ଜଣେ ପିଲା ସାଥିରେ ଆଣି ଆସିଥିବା ଅଜଣା ବସ୍ତୁରୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଅଜଣା ବସ୍ତୁଟିକୁ ଅନ୍ୟମାନଙ୍କୁ ଦେଖାଉଥିବା ବେଳେ ତାହା ଫୁଟିଥିଲା । ବିସ୍ଫୋରଣରେ ଜଣେ ଛାତ୍ରଙ୍କ ହାତ ପାପୁଲି ପୂରା ଛିନଛତ୍ର ହୋଇଯାଇଛି । ଗୁରୁତର ୩ ଛାତ୍ରଙ୍କୁ ପ୍ରଥମେ ବାଲିଗୁଡା ନିଆଯାଇଥିଲା ଓ ପରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.