Jai Odisha
News

ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡି ବ୍ୟବସାୟୀ ନିଖୋଜ

କଟକ୦୮/୧୧: ଆଜିଠୁ ଆରମ୍ଭ ହୋଇଛି କଟକ ବାଲିଯାତ୍ରା । ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ ଘଟିଛି। ଜଣେ  ଯୁବ ବ୍ୟବସାୟୀ। ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଯାଇଛନ୍ତି। ଉକ୍ତ ବ୍ୟବସାୟୀ ହେଲେ ମହମ୍ମଦ ଈର୍ଷାଦ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତଳ ବାଲିଯାତ୍ରା ପଡ଼ିଆ ମହାନଦୀରେ ଗାଧୋଇବା ବେଳେ ବୁଡ଼ି ନିଖୋଜ ହୋଇଥିବା ସୂଚାନ ମିଳିଛି । ନିଖୋଜ ଯୁବକ ବିହାର ଅଞ୍ଚଳର ଏମଡି ଇସାଦ । ସେ ବ୍ୟବସାୟ ପାଇଁ ଆସିଥିଲେ ।  ତେବେ ଉକ୍ତ ବ୍ୟବସାଯୀଙ୍କୁ ଖୋଜିବାକୁ ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ଧାର ଉଦ୍ୟମ ଜାରି ରହିଛି ।

 

Leave A Reply

Your email address will not be published.