Jai Odisha
News

ବାଲିରେ ଗଢ଼ା ପ୍ରଭୁ ବଳଦେବଜୀଉଙ୍କୁ ପୂଜା କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା,୧୧/୮ :ଘଣ୍ଟ ହୁଳହୁଳି ଏବଂ ହରିବୋଲ ସାଙ୍ଗକୁ ପ୍ରଭୁ ବଳଦେବଙ୍କ ଜୟ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ଗାଁ । ଦିନ ତିନିଟାରୁ ରାତି ୭ଟା ପର୍ଯ୍ୟନ୍ତ ଏକାଠି ହୋଇ ହରିହରପୁର ଶାସନ ଗ୍ରାମରେ ପ୍ରଭୁ ବଳଦେବଜୀଉଙ୍କର ବିଶାଳ ବାଲିର ମୂର୍ତ୍ତି ବଳଦେବଙ୍କ ଜନ୍ମ ତିଥି ଗହ୍ମା ପୂର୍ଣ୍ଣମୀରେ ପୂଜା କରିଛନ୍ତି ଗ୍ରାମବାସୀ । ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ ସହିତ ଆଳତୀ ହୋମ କରାଯାଇଥିଲା । ଏହା ସହିତ ପଇତା ପ୍ରଦାନ କରାଯାଇ ଭୋଗ ଅର୍ପଣ କରାଯାଇଥିଲା । ବହୁ ପ୍ରାଚୀନ କାଳରୁ କନିକା ରାଜା ହରିରହ ଭଞ୍ଜଙ୍କ ସମୟରୁ ହରିହରପୁର ଶାସନ ଗ୍ରାମରେ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ଶହେ ଫୁଟ୍ ଲମ୍ବର ବିଶାଳ ବଳଦେବଙ୍କ ବାଲିରେ ଗଢ଼ା ପ୍ରତିମାକୁ ସ୍ୱତନ୍ତ୍ର ଭାବେ ପୂଜାଅର୍ଚ୍ଚନା କରାଯାଉଛି । ପୂଜକ କୌଳାସ ଚନ୍ଦ୍ର ମହାପାତ୍ର ପୂଜା କରିଥିବା ବେଳେ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ଗ୍ରାମର ମୁରବୀ ତଥା ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ମିଶ୍ର କହନ୍ତିଯେ, ବର୍ଷକର ଏହି ପବିତ୍ର ଦିନକୁ ଆମେ ଗ୍ରାମବାସୀମାନେ ଚାହିଁ ରହିଥାଉ । ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଗ୍ରାମବାସୀମାନେ ନିଷ୍ଠାର ସହିତ ପୂଜାଅର୍ଚ୍ଚନା କରିବା ସହିତ ବିଭିନ୍ନ ଭୋଗ ଅର୍ପଣ କରିଥାନ୍ତି । କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଏଭଳି ନିଆରା ବଳଦେବଙ୍କ ପୂଜା ଉତ୍ସବକୁ ବହୁ ଭକ୍ତମାନେ ଯୋଗଦେଇଥାନ୍ତି ।

Leave A Reply

Your email address will not be published.