Jai Odisha
News

ବାଲୁକାଶିଳ୍ପୀ ମାନସଙ୍କ “Break The Bias”

ପୁରୀ ୮।୩ : ଆଜି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିବସରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ବେଳାଭୂମି ରେ ମହିଳା ମାନଙ୍କୁ ସମ୍ମାନ ଜଣାଇ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ନାରୀ ମାନଙ୍କୁ ସମ୍ମାନ ଜଣାଇବା ସହିତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ପକ୍ଷପାତ ନ କରି ସମ ଦୃଷ୍ଟିରେ ଦେଖିବା ସହିତ ନାରୀମାନଙ୍କର ସମାଜରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “Break The Bias” ର ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.