Jai Odisha
News

ବାଲୁଗାଁ ସତସଙ୍ଗ ଶ୍ରୀ ମନ୍ଦିରରେ ସପ୍ତମ ବାର୍ଷିକ ଉଦବୋଧନ ସ୍ମୁତି ମହୋତ୍ସବ ।।

ବାଲୁଗାଁ ୭/୧ (ନିପ୍ର):- ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୬ ତମ ଜନ୍ମ ମହା ମହୋତ୍ସବ ଓ ବାଲୁଗାଁ ସତସଙ୍ଗ ଶ୍ରୀମନ୍ଦିରର ସପ୍ତମ ବାର୍ଷିକ ଉଦବୋଧନ ସ୍ମୁତି ମହୋତ୍ସବ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶୀର୍ବାଦ କ୍ରମେ ରବିବାର ଦିନ ସହପ୍ରତି ର୍ରିତିକ କୃଷ୍ଣ ଚନ୍ଦ୍ର ଦାସ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ରବିବାର ପୁଣ୍ୟ ୧୩୭ ତମ ଶୁଭାବିଭାର୍ବ ଉତ୍ସବ ପରିପ୍ରେକ୍ଷୀରେ ବ୍ରାହ୍ମ ମୁହୂର୍ତରେ ବେଦ ମାଙ୍ଗଳିକୀ , ପ୍ରତ୍ୟୁଷରୁ ଉଷାକୀର୍ତ୍ତନ,ପ୍ରାତଃ ଶ୍ରୀମନ୍ଦିରରେ ଉଷା ବିନତି ଓ ପ୍ରଣାମ ତତପରେ ଶ୍ରୀଶ୍ରୀ ଠାକୁରଙ୍କର ଅମିୟ ସଦଗ୍ରନ୍ଥ ପଠନ ଆଦି ଅନୁଷ୍ଠିତ ହୋଇଥିଲା l ପୂର୍ବରାହ୍ନରେ ସୁଜଜ୍ଜିତ ରଥରୁଢ଼ରେ ଶ୍ରୀଶ୍ରୀ ଠାକୁରଙ୍କ ବିଗ୍ରହ ସହ ଏକ ବର୍ଣ୍ୟlଢ୍ୟ ଶୋଭାଯାତ୍ରା ସରଳାପଦର ଛକସ୍ଥିତ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରିବା ପରେ ସତସଙ୍ଗ ଶ୍ରୀମନ୍ଦିର ଠାରେ ପହଞ୍ଚି ଥିଲା l ସତସଙ୍ଗ ଅନୁଷ୍ଠାନ ତରଫରୁ ସଂଗୀତା ଞ୍ଜଳି କାର୍ଯ୍ୟକ୍ରମ ପରେ ସତସଙ୍ଗ ଆରମ୍ଭରେ ସତ୍ୟାନୁ ସରଣ ପାଠ ମୋହିତ ପ୍ରଧାନ,ନାରୀର ନୀତି ଯାଜକ ମହେଶ୍ୱର ଜେନା ପାଠ କରିବା ସହ ଭଜନ ରମେଶ ମହାରଣା,ସୁକନ୍ୟା ପଣ୍ଡା ଓ କୀର୍ତନ ପରିବେଷଣ ଯାଜକ ସୁଧାଂଶୁ ଶେଖର ସାହୁ କରିଥିଲେ lପ୍ରାରମ୍ଭିକ ସୂଚନା ଦେଇଥିଲେ ସହପ୍ରତିରୀତିକ କଣ୍ଡୁରୀ ଚରଣ ପ୍ରଧାନ l ମୁଖ୍ୟବକ୍ତା ଭାବେ ସହପ୍ରତି ରୀତିକ ଭୁବନେଶ୍ୱର ରାଜଧାନୀ କଲେଜର ଅଧ୍ୟାପକ ରମାକାନ୍ତ ମିଶ୍ର ଯୋଗ ଦେଇ ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା ,ମନୁଷ୍ୟ ଜୀବନର ଚଳେଣି ଉପରେ ଆଲୋକପାତ କରିଥିଲେ l ବ୍ୟକ୍ତା ଭାବେ ରିତିକ ଶ୍ରୀ ଦାସ ଯୋଗଦେଇ ଠାକୁରଙ୍କ ସେବା ସହ ସକାଳେ ଓ ସନ୍ଧ୍ୟାରେ ନିୟମିତ ପ୍ରାର୍ଥନା କଲେ ଜୀବନରେ ଶାନ୍ତି, ସୁଖ ଓ ମୈତ୍ରୀ ଆସିପାରିବ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟ୍ୟରେ ସହପ୍ରତି ରୀତିକ କାଶୀ ନାଥ ସାହୁ, ମାଧବ ଚନ୍ଦ୍ର ପଣ୍ଡା, ତ୍ରିନାଥ ପରିଡା, ଈଶ୍ୱରୀ ସାମନ୍ତରାୟ, ପୁଷୋତ୍ତମ ପାଲଟା ସିଂହ ଯୋଗଦେଇ ଥିଲେ l ଅପରାହ୍ନରେ ମାତୃ ସମ୍ମିଳନୀ, ଶ୍ରୀମନ୍ଦିର ରେ ସନ୍ଦ୍ୟା ବିନତି ଓ ପ୍ରଣାମ ପରେ ରାତିରେ ଆତସବାଜି ପଦର୍ଶନ କରାଯାଇଥିଲା । ଏହି ଉତ୍ସବ ରେ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ସତସଙ୍ଗ ତରଫରୁ ଶ୍ରୀ ମନ୍ଦିର ସ୍ଥିତ ଆନନ୍ଦ ବଜାର ରେ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବେବସ୍ତା କରାଯାଇଥିଲା । ଭକ୍ତ ଉତ୍ସବ କୁ ବିନୟା ବନତ ଦିନ ସେବକ ତରଣି ବଳବନ୍ତରାୟ, ଭିକାରୀ ଚରଣ ପାତ୍ର, ବୈକୁଣ୍ଠ ପାଇକରାୟ ଓ ଭୀମ ସେନ ସାହୁ ଙ୍କ ପ୍ରମୁଖ ସମେତ ଗୁରୁଭ୍ରାତା ଓ ଗୁରୁମାଆ ପରିଚାଳନା ସହଯୋଗ କରିଥିଲେ ।

Leave A Reply

Your email address will not be published.