Jai Odisha
News

ବାଲେଶ୍ଵରରୁ ୨୬ ଲକ୍ଷର ବ୍ରାଉନ ସୁଗାର ଜବତ

ବାଲେଶ୍ଵର , ୦୬/୦୩ : ବାଲେଶ୍ଵରରୁ ୨୬ ଲକ୍ଷର ବ୍ରାଉନ ସୁଗାର ଜବତ ।  ଚଢ଼ାଉ କରି ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ଗିରଫ ହୋଇଛି ।  ଏହି ମାମଲାରେ ପୋଲିସ ନିଜର ଛାନଭିନ୍ ଜାରି ରଖିଛି ।  ଶନିବାର ବାଲେଶ୍ଵର ଜିଲ୍ଲା କମର୍ଦା ବଜାରରୁ ୨୬୦ ଗ୍ରାମ୍‌ର ଧଳା ଜହର ଜବତ ହୋଇଛି।   କମର୍ଦା ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ୫୭ ନମ୍ଵର ରାଜ୍ୟ ରାଜପଥ କଡ଼ରେ ଏକ ଦୋକାନ ଭିତରେ କିଛି ଯୁବକ ବ୍ରାଉନସୁଗାର କିଣୁଥିବା ଭିଡିଓରୁ ଜଣା ପଡିଥିଲା। ଭିଡିଓକୁ ଆଧାର କରି ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଳେଶ୍ଵର ଅବକାରୀ ବିଭାଗ ଓ ଭୋଗରାଇ ଅବକାରୀ ବିଭାଗ ଗତକାଲି ରାତିରେ ମିଳିତ ଚଢାଉ କରି ପ୍ରାୟ ୨୬୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି। ଏହା ସହ ଅମ୍ଵୁ ଦାସ ନାମକ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

Leave A Reply

Your email address will not be published.