Jai Odisha
News

ବାସୀ ମଣ୍ଡେଇ ପାଳିତ, ନିଜ ନିଜ ଆସ୍ଥାନ କୁ ଫେରିଲେ ଗ୍ରାମ୍ୟ ଦେବାଦେବୀ

ନବରଙ୍ଗପୁର,୩।୨:ତିନିଦିନ ବ୍ୟାପୀ ମାଘ ମଣ୍ଡେଇ ଆଜି ଉଦଯାପିତ ହୋଇଯାଇଛି। ଗତ ଫେବୃଆରୀ ୧ ତାରିଖ ବଡ଼ ଯାତ୍ରା, ୨ ତାରିଖ ମଣ୍ଡେଇ ଏବଂ ଆଜି ଅର୍ଥାତ୍ ୩ ତାରିଖ ବାସି ମଣ୍ଡେଇ ପାଳନ କରା ଯାଇଛି। ଡାବୁଗାଁ ବ୍ଲକ ତଥା ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଗ୍ରାମ ଦେବା ଦେବୀ ମାନଙ୍କ ଚଳନ୍ତି ପ୍ରତିମା ଲାଠି, ପାଲିଙ୍କି, ବିମାନ ନିଜ ନିଜ ପବିତ୍ର ଆସ୍ଥାନ କୁ ଫେରିବା ଆରମ୍ଭ କରିଛନ୍ତି। ଗାଁ ର ପାରମ୍ପରିକ ମୁଖ୍ୟ, ରୟତି ଓ ଗ୍ରାମବାସୀ ମାନଙ୍କୁ ବିଦାୟ ଜଣାଇ ସମସ୍ତ ଦେବା ଦେବୀ ସନ୍ଧ୍ୟା ସୁଦ୍ଧା ପ୍ରାୟତଃ ଡାବୁଗାଁ ଛାଡ଼ିବେ । ପୁନଃ ଦଶହରା ସମୟରେ ସମ୍ମିଳିତ ହେବେ । ଏହି ଅବସରରେ ଡାବୁଗାଁ ସରପଞ୍ଚ ବିନୋଦ ସୌରା, ସତ୍ୟ ରଞ୍ଜନ ପାତ୍ର, ଜୟନ୍ତ କୁମାର ପାତ୍ର, ସରପଞ୍ଚ ରାମ କୁମାର ଗଣ୍ଡ, ଆନନ୍ଦ ନାୟକ, ରଣଜିତ୍ ଘଡେ଼ଇ,ତାରିଣୀ ରେଲି, ସମିର ମିଞ୍ଜ, ଜିତୁ ରେଲି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ପୁଜାରୀ, ଶିରା ।

Leave A Reply

Your email address will not be published.