Jai Odisha
News

ବିଏମସି ଅଧିକାରୀଙ୍କ ବିରୋଧରେ ରାସ୍ତାରୋକ

ସାନିଟାରୀ ଇନ୍ସପେକ୍ଟରଙ୍କୁ ରାଜଧାନୀରେ ବିରୋଧ

ଭୁବନେଶ୍ୱର : ବିଏମସି ଅଧିକାରୀ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ. ଏମିତି ଦେଖିବାକୁ ମିଳିଛି ଭୁବନେଶ୍ୱରର ଭିଏସଏସ ନଗରରେ. ସୂଚନା ଅନୁସାରେ ଭୁବନେଶ୍ୱର 11 ନମ୍ବର ୱାର୍ଡର ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ ଆକ୍ରୋଶ ମୂଳକ ଭାବେ ଅଳିଆ ପଡିଛି ଦର୍ଶାଇ ଦୁଇଟି ଦୋକାନକୁ ବନ୍ଦ କରି ଦେଇଥିବା କୌଣସି କାରଣ ନଥାଇ ଆକ୍ରୋଶ ମୂଳକ ଭାବେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି. ସେମାନଙ୍କ ସୂଚନା ଅନୁସାରେ ସିଲ ହୋଇଥିବା ଦୁଇ ଦୋକାନ ବାହାରେ ଗତକାଲି ରାତିରେ କିଛି ଜଣ ବ୍ୟକ୍ତି ଜନ୍ମଦିନ ସେଲିବ୍ରେସନ କରିକି ସଫା କରି ଦେଇଥିଲେ. ବାହାରେ କୌଣସି ଅଳିଆ ପଡିନଥିବା ବେଳେ ଆକ୍ରୋଶ ମୂଳକ ଭାବେ ଏହି ଭଳି କରିଥିବା କହିଛନ୍ତି. କେବଳ ଖାଲି ଆଜି ନୁହେଁ ବାରମ୍ବାର ଉକ୍ତ ଅଧିକାରୀ ଜଣକ ଏହି ଭଳି ମନମୁଖୀ କାର୍ଯ୍ୟ କରିବାରେ ଲାଗିଛନ୍ତି. ଯେ ପର୍ଯ୍ୟନ୍ତ ଅଧିକାରୀ ଜଣକ ଆସି ଦୋକାନ ଗୁଡିକରୁ ସିଲ ନଖୋଲିବେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି.

Leave A Reply

Your email address will not be published.