Jai Odisha
News

ବିଏମ୍‌ସି ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡି କବାଡିଆଙ୍କ ମୃତ୍ୟୁ

ଭୁବନେଶ୍ବର, ୧୦।୦୩ :ଭୁବନେଶ୍ବର କୋରାପୁଟ ଭବନରେ  ବିଏମ୍‌ସି ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡି କବାଡିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘର ଭଙ୍ଗା ଚାଲିଥିବା ବେଳେ କବାଡିଆ ଘର ପାଖରେ ଥିଲେ । ଠିକ୍ ଏହି ସମୟରେ ତାଙ୍କ ଉପରେ କାନ୍ଥ ପଡ଼ିଯିବାରୁ ଏପରି ଘଟଣା ଘଟିଛି । ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।  ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କୃତ କବାଡ଼ିଆଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.