Jai Odisha
News

ବିଗ୍ ବସର ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କୁ ସାପ ବିଷ ମାମଲାରେ ଗିରଫ କଲା ପୁଲିସ

ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କୁ ନେଇ ଆସିଲା ବଡ଼ ଖବର ।ସାପ ବିଷ ମାମଲାରେ ତାଙ୍କୁ ଗିରଫ କଲା ପୁଲିସ ।  ଖୁବ୍ ଶୀଘ୍ର ତଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି। ଆଜି ଏଲଭିଶଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ଓ ଏହା ପରେ ତାଙ୍କୁ ପୁଲିସ ତାଙ୍କୁ ଗିରଫ କରିଛି।

ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ନମୁନାର ଏଫଏସଏଲ୍ ରିପୋର୍ଟରେ କୋବ୍ରା କ୍ରେଟ୍ ପ୍ରଜାତିର ସାପ ବିଷ ମିଳିଥିଲା । ଗତ ବର୍ଷ ନଭେମ୍ବରରେ ନୋଏଡା ପୁଲିସ ବଡ ଖୁଲାସାକରି ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ସେ ସାପ ବିଷ ବିକିବା ସହ ରେଭ୍ ପାର୍ଟି ଆୟୋଜିତ କରୁଥିଲେ ଯେଉଁଥିରେ ଯୁବପିଢିମାନେ ସ୍ନେକ ବାଇଟ୍ ନେଉଥିଲେ ।ଏଲଭିଶଙ୍କ ପାଇଁ କାମ କରୁଥିବା ୫ ଜଣଙ୍କୁ ପୁଲିସ ଧରିଥିଲା ଯେଉଁମାନଙ୍କ ଠାରୁ ଏକ ବୋତଲରେ ୨୦ ମିଲିଲିଟର ସାପ ବିଷ ମିଳିଥିଲା ଏବଂ ୯ଟି ସାପ ଜବତ ହୋଇଥିଲା । ଏଥିରେ ୫ ନାଗ, ଗୋଟିଏ ଅଜଗର,୨ଟି ଦୁଇ ମୁହଁ ଥିବା ସାପ ଏବଂ ଗୋଟିଏ ରାଟ୍ ସ୍ନେକ୍ ମଧ୍ୟ ଥିଲା ।

Leave A Reply

Your email address will not be published.