Jai Odisha
News

ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ

କେନ୍ଦୁଝର,୨୯।୦୧ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କର ଅକାଳ ବିୟୋଗ ଘଟିଛି। ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସରପଞ୍ଚ ଅନାଦି ସିଂହ (୫୯) ଏଥର ୮ ନମ୍ବର ଜୋନ୍‌ ପାଇଁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିଲା।  ସେ ଜ୍ଗରରେ ପୀଡିତ ଥିବାରୁ ତାଙ୍କୁ ଗତକାଲି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କାଲି ରାତିରେ ସେ ସୁସ୍ଥ ଥିଲେ। ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆଜି ସକାଳୁ ମଧ୍ୟ ତାଙ୍କ ଶରୀର ସୁସ୍ଥ ଥିଲା ଓ ସେ କିଛି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। କିନ୍ତୁ ଆଜି ଦିନ ୧୨ଟା ବେଳକୁ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ପରେ ଅନାଦିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ବର୍ଗତ ସିଂ ପୂର୍ବରୁ ଢେଙ୍କିକୋଟ ଟସର ସୋସାଇଟି ସଭାପତି ଓ ସାନ୍ତରାପୁର ପଞ୍ଚାୟତ ର ସରପଞ୍ଚ ହୋଇଥିଲେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିୟୋଗ ଖବର ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି ।

Leave A Reply

Your email address will not be published.