Jai Odisha
News

ବିଜେଡି ବିଧାୟକ ଶଶୀଭୂଷଣଙ୍କ ବିରୋଧରେ ଥାନାରେ ମାମଲା: ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ବର,୧୬।୫: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି।ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି।କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି। ସେ କଟକ ଜିଲ୍ଲା ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।ସୂଚନା ମୁତାବକ, ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ବିଧାୟକଙ୍କ ବୋହୂ ବାଙ୍କି ଥାନାରେ ଅଭିଯୋଗ କରିଛନ୍ତି । ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ସମେତ ୫ ଜଣଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ଏନେଇ ଦଫା ୪୯୮ (କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ଦାୟର କରାଯାଇଛି । ସେହିପରି ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମଧ୍ୟ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି ।ବିଧାୟକଙ୍କ ବୋହୂ କହିଛନ୍ତି, ତାଙ୍କୁ ବାପଘରୁ ୪୦ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ବାଧ୍ୟ କରାଯାଉଥିଲା । ସେଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏନେଇ ଶ୍ୱଶୁରଙ୍କୁ କହିବା ପରେ ସେ ଗାଲିଗୁଲଜ କରିଥିଲେ । ଅନ୍ୟପକ୍ଷରେ ଏହି ଅଭିଯୋଗ ଭିତ୍ତୀହୀନ ବୋଲି କହିଛନ୍ତି ବିଧାୟକ । ଏତଲାରେ ଶଶିଭୂଶଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି। ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିଛନ୍ତି । ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି। ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୁର ଶଶିଭୂଷଣ ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି।  ପ୍ତ କର୍ମଚାରୀ

Leave A Reply

Your email address will not be published.