Jai Odisha
News

ବିଜେପି ନେତାଙ୍କ ଦ୍ଵାରା ହତ୍ୟା ଅଭିଯୋଗ ଆଣିଲା ବିଜେଡି

ଭଦ୍ରକ ୨୨।୨: ବିଜେପି ନେତାଙ୍କ ଦ୍ଵାରା ହତ୍ୟା ଅଭିଯୋଗ ଆଣିଲା ବିଜେଡି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ମୃତକ ହେଉଛନ୍ତି ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ । ପ୍ରତାପ ରାତିରେ ଘରକୁ ଯାଉଥିବା ବେଳେ କେତେକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗ୍ରାମର କେତେକ ଲୋକ ବାହାରକୁ ବହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ପରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାଏ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

Leave A Reply

Your email address will not be published.