Jai Odisha
News

ବିଜେପି ନେତା ସୋନାଲି ଫୋଗାଟଙ୍କ ପରଲୋକ

ନୂଆଦିଲ୍ଲୀ,୨୩/୦୮: ଭାରତୀୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌ ଆଉ ନାହାନ୍ତି। ତାଙ୍କର ଗତକାଲି ରାତିରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସୋନାଲୀ ତାଙ୍କର କିିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠ‌ାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।  ଗୋଆରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।  ସୋନାଲୀ ‌ଶେଷ ଥର ପାଇଁ ‘ବିଗ୍‌ବସ୍‌-୧୪’ରେ ଦେଖିବାକୁ ମିଳିଥିଲେ। ସେ ଜଣେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବେ ବିଗ୍‌ବସ୍‌ରେ ପ୍ରବେଶ କରିଥିଲେ। ତାହା ପରେ ତାଙ୍କୁ ବହୁଳମାତ୍ରାରେ ଲୋକପ୍ରିୟତା ମିଳିଥିଲା। ସୋନାଲି ୨୦୧୯ରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରୁ ଆଦମପୁର ବିଧାନସଭା ନିର୍ବାଚନ ଲଢିଥିଲେ। ନିର୍ବାଚନ ସମୟରେ ସେ ଖୁବ୍ ଟିକଟକ୍ ଭିଡିଓ ପୋଷ୍ଟ କରିଥିଲେ। ତେବେ ସେ ନିର୍ବାଚନ ହାରିଥିଲେ।ସୋନାଲୀ ଟିଭି ଧାରାବାହିକ ‘ଏକ ମାଅ‌ା ଯୋ ଲକ୍ଷନ୍‌ କେଲିଏ ବନି ଅମ୍ମା’ ଜରିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାପରେ ସେ ହରିଆଣା ଚଳଚ୍ଚିତ୍ର ‘ଚୋରିୟାଁ ଚୋରୋଁ ସେ କମ୍‌ ନେହିଁ ହୋତି’ରେ ଦେଖିବାକୁ ମିଳିଥିଲେ। କେବଳ ଏତିକି ନୁହେଁ, ସେ ଅନେକ ପଞ୍ଜାବୀ ଓ ହରିଆଣୀ ମ୍ୟୁଜିକ୍‌ ଭିଡିଓରେ ବି ସେ ନଜର ଆସିଛନ୍ତି।

Leave A Reply

Your email address will not be published.