Jai Odisha
News

ବିଜେବିର ୪ ଛାତ୍ର ନିଲମ୍ବନ

ଭୁବନେଶ୍ବର ,୫ା୧ :ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଯୁକ୍ତ ୨ ଛାତ୍ରକୁ ମାଡ଼ମାରିବା ଘଟଣାରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ୪ ଜଣ ଛାତ୍ରଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଛାତ୍ରମାନେ ହେଲେ ପ୍ରିୟରଂଜନ ଭୋଇ (ରୋଲ ନମ୍ବର ଆଇଏ୨୧-୫୧୪), ସୂର୍ଯ୍ୟକାନ୍ତ ସେଠୀ (ରୋଲ ନମ୍ବର ଆଇଏ୨୧-୨୪୯), ଚିନ୍ମୟ ବେହେରା (ରୋଲ ନମ୍ବର ଆଇଏ୨୧-୫୫୦) ଓ ବିକାଶ କୁମାର ଦାସ (ରୋଲ ନମ୍ବର ଆଇଏ୨୨-୨୦୮)। ବିଜେବି କଲେଜରେ ଜଣେ ଛାତ୍ରଙ୍କୁ ମାରପିଟ ଘଟଣାରେ କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ନେଇଛନ୍ତି। ମାରପିଟ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଛାତ୍ରଙ୍କୁ ନିଲମ୍ବନ କଲେଜରୁ ନିଲମ୍ବନ କରାଯାଇଛି। ଆଜି ନିଲମ୍ବନ ନେଇ କଲେଜ ଷ୍ଟାଫ କାଉନସିଲ ବୈଠକରେ ନିଷ୍ପତ୍ତି। ନିଲମ୍ବନ ହୋଇଥିବା ୪ଜଣ ଛାତ୍ରଙ୍କୁ କ୍ୟାମ୍ପସ ଆସିବା ଉପରେ କଟକଣା ଜାରି କରାଯାଇଛି। ଏ ସଂକ୍ରାନ୍ତରେ ବିଜେବି ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପରବର୍ତ୍ତି ନିଦେଶନାମା ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ନିଲମ୍ବନ ହୋଇଥିବା ଛାତ୍ରମାନେ କ୍ୟାମ୍ପସକୁ ନ ଆସିବା ପାଇଁ ନିର୍ଦେଶ ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି। କ୍ୟାମ୍ପସକୁ ମିଳିଥିବା ସୂଚନା ଅନୁସାରେ ଯୁକ୍ତ ଦୁଇ ତଥା ଏକାଦଶ ଶ୍ରେଣୀର ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ୪ ଛାତ୍ରଙ୍କୁ ପୁଲିସ ଗିର କରିଛି। ସେମାନଙ୍କ ମଧ୍ୟରୁ ୩ଜଣ ନାବାଳକ ଥିବାବେଳେ ସମସ୍ତେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀର ଛାତ୍ର ।

Leave A Reply

Your email address will not be published.