Jai Odisha
News

ବିଜୟର ମୁକୁଟ ପିନ୍ଦିଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗର,୦୬/୧୧: ଧାମନଗରରେ ବାଜି ମାରିଲା ବିଜେପି। ଧାମନଗରରେ ବିପୁଳ ବିଜୟ ହାସଲ କଲା ବିଜେପି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଦ୍ୱନ୍ଦ୍ୱୀ ଶାସକ ବିଜେଡିର ପ୍ରାର୍ଥୀଙ୍କୁ  ହରାଇ ଜିତାପଟ୍‌ ହାସଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ  ୭୫,୨୩୯ ଭୋଟ୍‌  ପାଇଥିବାବେଳେ ବିଜେଡିର ପ୍ରାର୍ଥୀ ଅବନ୍ତି ଦାସ ୬୬,୪୧୪ ଖଣ୍ଡ ଭୋଟ୍‌ ପାଇଛନ୍ତି।   ସେହିପରି କଂଗ୍ରେସ ୩୧୭୫ ଭୋଟ ପାଇଥିବାବେଳେ ସ୍ୱାଧିନ ୭୮୮୮  ଖଣ୍ଡ ଭୋଟ୍‌ ପାଇଛନ୍ତି।  ତେବେ ବିଜେଡିକୁ କଡା  ଟକ୍କର ଦେଇ ବିପୁଳ ବିଜୟ ହାସଲ କରିଛି ବିଜେପି। ୧୮ ରାଉଣ୍ଡରେ ୯୧୭ ଖଣ୍ଡ ଭୋଟ୍‌ରେ ବିଜେପି  ଆଗରେ ଥିଲା। ୧୮ ରାଉଣ୍ଡ ଶେଷ ସୁଦ୍ଧା  ସୂର୍ଯ୍ୟବଂଶୀ ସୂରଜ  ୯୭୪୨  ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।  ତେବେ ଧାମନଗରରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଶାସକ ବିଜେଡିକୁ ଶକ୍ତ ଧକା ଦେଇଛି।

Leave A Reply

Your email address will not be published.