Jai Odisha
News

ବିଜୟ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୨୨ା୪: ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନିକଟରେ କଂଗ୍ରେସ ଯୋଗ ଦେଇଥିବା ବିଜୟ ପଟ୍ଟନାୟକଙ୍କୁ ଦଳ ଏକ ବଡ ଦାୟିତ୍ୱ ଦେଇଛି । କଂଗ୍ରେସ କ୍ୟାମ୍ପେନିଙ୍ଗ କମିଟିର ମୁଖ୍ୟ ଭାବେ ବିଜୟଙ୍କୁ ଦାୟିତ୍ୱ ମିଳିଛି । କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ବ ମିଳିଛି । ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏନେଇ ଏଆଇସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।    ସର୍ବପୂରାତନ ଦଳ ହେଲେ ମଧ୍ୟ କଂଗ୍ରେସ ଓଡିଶାରେ ସେତେ କିଛି ସ୍ଥିତି ସୃଦୁଢ଼ ନାହିଁ । କିନ୍ତୁ ବିଜୟ ଆସିବା ପରେ ଯେପରି କଂଗ୍ରେସରେ ପୁଣିଥରେ ଜୀବନ ଫେରିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଯେଉଁ ଭଳି ଭାବେ ସେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଏହା ସହିତ ଦଳର ସଙ୍ଗଠନକୁ ପୁର୍ନସ୍ଥାପିତ କରିବା ପାଇଁ କ୍ଷେତ୍ର ପରିଭ୍ରମଣ କରୁଛନ୍ତି ଏହା ଦେଖି ଲାଗୁଛି ବିଜୟଙ୍କ ଲକ୍ଷ୍ୟ କିଛି ଅଲଗା । ପ୍ରଥମେ ଝାରସୁଗୁଡା ଉପନିର୍ବାଚନ ପାଇଁ ଷ୍ଟ୍ରାର କ୍ୟାମ୍ପେନର ତାଲିକାରେ ନାମ ଆସବା ପରେ ଏବେ ଓଡିଶା କଂଗ୍ରେସ ପ୍ରଦେଶର କ୍ୟାମ୍ପେନିଙ୍ଗ କମିଟିର ଚେୟାରମ୍ୟାନ ଭାବେ ଦାୟିତ୍ୱ ମିଳିଛି ।ଆଉ ଏହା ଦର୍ଶାଉଛି ଯେ ଦଳ ବିଜୟଙ୍କ ଉପରେ ତାର ଭରପୁର ଆସ୍ଥା ପ୍ରକଟ କରୁଛି।ସେହିପରି ରାଜ୍ୟ କଂଗ୍ରେସର ୨୭ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠିତ ହୋଇଛି। କମିଟିରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ସ୍ଥାନିତ କରାଯାଇଛି । ସେହିପରି ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଳା ତିରିଆ, ବିଜୟ ପଟ୍ଟନାୟକ (ବି) ଚିରଞ୍ଜୀବ ବିଶ୍ବାଳ , ପଞ୍ଚାନନ କାନୁନଗୋ, ସାଂସଦ ସପ୍ତଗିରି ଉଲାକା , ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସାମିଲ ହୋଇଛନ୍ତି।

 

Leave A Reply

Your email address will not be published.