Jai Odisha
News

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ,୨୩ ।୧୨:ଚୀନ୍‌ରେ କରୋନା ସଂକ୍ରମଣ ଦେଖି  ସତର୍କ ହେଲେ କେନ୍ଦ୍ର ସରକାର। ଦେଶରେ କରୋନା ସ୍ଥିତି ନେଇ   ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ପାଳନ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।  କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍ ଜାରି ହୋଇଛି। ଯାତ୍ରୀମାନେ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ପୃଥକ୍  ରଖାଯିବ।    ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ୍ ସିକ୍ୱିଏନ୍ସିଂ କରିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବାବେଳେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି।  ଏଥିସହ ବିମାନ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତଙ୍କ କରୋନା ଟେଷ୍ଟ କରାଯିବ। କେଉଁ ଯାତ୍ରୀମାନଙ୍କ କରୋନା ଟେଷ୍ଟ ହେବ, ତାହା ସମ୍ପୃକ୍ତ ଏୟାରଲାଇନ୍ସ ସ୍ଥିର କରିବ। ସାମ୍ପଲ ସଂଗ୍ରହ ପରେ ସେମାନଙ୍କୁ ବିମାନବନ୍ଦର ଛାଡ଼ିବାକୁ ଅନୁମତି ମିଳିବ। ସେମାନଙ୍କ ନମୂନା ପଜିଟିଭ୍ ବାହାରିଲେ ଜିନୋମ୍ ସିକ୍ୱିଏନ୍ସିଂ ପାଇଁ ପଠାଯିବ।

 

Leave A Reply

Your email address will not be published.