Jai Odisha
News

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୬ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଜାପାନ ଗସ୍ତ କରିବେ ପରେ ପପୁଆ ନିୟୁ ଗୁଏନା ଓ ଶେଷରେ ଅଷ୍ଟ୍ରେଲିଆ ଯାତ୍ରା କରିବେ। ଏହି ତ୍ରିରାଷ୍ଟ୍ରୀୟ ଗସ୍ତ କାଳରେ ମୋଦୀ ପ୍ରାୟ ୪୦ଟି ବୈଠକରେ ଯୋଗ ଦେବା ସହ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ସାକ୍ଷାତ କରିବେ। ଜାପାନର ହିରୋସୀମାରେ ଆୟୋଜିତ ଜି-୭ ବୈଠକରେ ଅତିଥି ଭାବେ ଯୋଗ ଦେବେ। ଏହି ଜି-୭ ବୈଠକ କାଳରେ କ୍ବାଡ ରାଷ୍ଟ୍ରଗୋଷ୍ଠୀର ସୁରକ୍ଷା ବୈଠକ ହେବାର ସମ୍ଭାବନା ରହିଛି। ପପୁଆ ନିୟୁ ଗୁଏନାରେ ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ରାଷ୍ଟ୍ରର ମୁଖ୍ୟଙ୍କ ବୈଠକରେ ଯୋଗ ଦେବେ। ଶେଷରେ ଅଷ୍ଟ୍ରେଲିଆର ସିଡନୀରେ ମୋଦୀ-ଆନ୍ଥୋନୀ ଆଲବାନିଜଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ମେ ୨୩ରେ ମୋଦୀ ସିଡନୀରେ ଭାରତୀୟ ସମୁଦାୟ ଓ ଅଷ୍ଟ୍ରେଲିଆର ବ୍ୟବସାୟୀଙ୍କୁ ସମ୍ବୋଧନ କରିବେ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏବଂ ତାଙ୍କର ଜାପାନ ଗସ୍ତ ୧୯ରୁ ୨୧ ମେ’ ପର୍ଯ୍ୟନ୍ତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓଙ୍କୁ ଭେଟିବେ। ଜାପାନର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ଦେଶମାନଙ୍କ ସହିତ ଜି -୭ ଅଧିବେଶନରେ ଭାଷଣ ଦେବେ। ସୂଚନା ଅନୁଯାୟୀ, ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା, ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା, ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ।

Leave A Reply

Your email address will not be published.