Jai Odisha
News

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ; ୨ ଗୁରୁତର

ଭୁବନେଶ୍ଵର,୩୧/୫: ଧଉଳି ଥାନା ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରାକଲୋନୀରେ ବୁଧବାର ଘଟିଛି ଏକ ଅଘଟଣ। ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୨ ଜଣ ଗୁରୁତର ହୋଇଛନ୍ତି। ଛାତଘର ସିଡି ଘରେ ଟିଣ ଚଦର ପକାଉଥିବା ବେଳେ ୩ ଜଣ ଶ୍ରମିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.