Jai Odisha
News

ବିଦ୍ୟୁତ ତାର ଛିଣ୍ଡି ଜଳି ଗଲା ଧାନଖଳା

କେନ୍ଦ୍ରାପଡ଼ା,୨୭।୧: ବିଦ୍ୟୁତ ତାର ଛିଣ୍ଡି ଜଳି ଗଲା   ଧାନଖଳା  । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗତକାଲି ବିଳମ୍ବିତ ରାତିରେ ଗୋପାଳପୁର ଗାଁର କାଳନ୍ଦୀ ନାୟକ ଚାଷ କରି  ଧାନ କାଟି ଆଣି ଧାନ ଖଳାରେ  ରଖିଥିଲେ। ଅମଳ କରି  ରଖିଥିବା   ଧାନ ଖଳା ଉପରେ ଥିବା 11kv ବିଦ୍ୟତ ତାର ଛିଣ୍ଡି ଯିବା ଫଳରେ କାଳନ୍ଦୀ ରଖିଥିବା ବର୍ଷକର ଆହାର ଜଳି ପୋଡି ପାଉଁଶ ହୋଇଯାଇଛି।  ଯଦିଓ ଅଗ୍ନି ସମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେକୁ ସବୁ ଧାନ ଜଳି ପୋଡି ପାଉଁଶ ହୋଇଯାଇଥିଲା l ତୁରନ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି l

Leave A Reply

Your email address will not be published.