Jai Odisha
News

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌

ଭୁବନେଶ୍ବର, ୨୪।୧୧: ଗୃହରେ ଆଗତ ହେଲା 2022-23 ଅତିରିକ୍ତ ବଜେଟ୍ । ଶୀତକାଳୀନ ଅଧିବେଶନରେ ୨୦୨୨-୨୩ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ସରକାର। ଏଥିରେ ୧୬ ହଜାର ୮୦୦ କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି। ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ବଜେଟ୍ ଉପସ୍ଥାପିତ କରିଥିଲେ। ଏହି ସମୟରେ ଅର୍ଚ୍ଚନା ନାଗ ମାମଲାକୁ ନେଇ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିଥିଲେ। କଂଗ୍ରେସ ଅର୍ଚ୍ଚନା ନାଗ ମାମଲା ଉଠାଇ ହଙ୍ଗାମା କରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ତେବେ ଗୃହରେ ପ୍ରବଳ ହଟ୍ଟଗୋଳକୁ ନଜରରେ ରଖି ବଚାସ୍ପତି ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ । ପଦମପୁର ନିର୍ବାଚନ ପାଇଁ ଅର୍ଥମନ୍ତ୍ରୀ ସେଠାରେ ପ୍ରଚାରରେ ଥିବାରୁ ପଞ୍ଚାୟତରାଜ ମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଥିଲେ। ରାଜ୍ୟବ୍ୟାପୀ ବର୍ତ୍ତମାନ ବିକାଶମୂଲକ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏବେ ଅତିରିକ୍ତ ବଜେଟ୍ ଆଗତ ହୋଇଛି । ସେହିପରି ବିକାଶ ମୁଳକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ବ୍ୟୟବରାଦକୁ ଲକ୍ଷ୍ୟରେ ରଖି ସରକାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ।ଅର୍ଥମନ୍ତ୍ରୀ ପଦମପୁର ପ୍ରଚାରରେ ଥିବାରୁ ଆଗତ କଲେ ପଞ୍ଚାୟତି ରାଜ ମନ୍ତ୍ରୀ । ଯାହାକୁ ନେଇ ଗୃହ ଆରମ୍ଭରୁ ଶାସକ ଦଳ ଉପରେ ବର୍ଷିଥିଲେ ମୋହନ ମାଝୀ ।

Leave A Reply

Your email address will not be published.