Jai Odisha
News

ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ପ୍ରସ୍ତୁତ : ମୁଖ୍ୟ ନିର୍ବାଚନ ଆୟୋଗ

ନିର୍ବାଚନ ପାଇଁ ରାଜ୍ୟ ପ୍ରସ୍ତୁତ

ଭୁବନେଶ୍ୱର : ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ସ୍ୱଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ୍ ଦେଉଛନ୍ତି ନିର୍ବାଚନ କମିଶନ. ସମସ୍ତେ ଭୋଟ ଦେବାକୁ ଭୋଟ କେନ୍ଦ୍ରକୁ ଆସନ୍ତୁ । ନିର୍ବାଚନର ପର୍ବ ଦେଶର ଗର୍ବରେ ସମସ୍ତେ ସାମିଲ ହେବାକୁ ସାମ୍ବାଦିକ ସମିଳନୀରେ ଅପିଲ କଲେ ଜାତୀୟ ନିର୍ବାଚନ ଆୟୋଗ। ସରକାରୀ କଳର ସଠିକ ବ୍ୟବହାର ହେଉ, ନିର୍ବାଚନ ପ୍ରଚାରର ସମସ୍ତଙ୍କୁ ସମାନ ଅଧିକାର ମିଳୁ, ହିଂସା ରୋକାଯାଉ, ସରକାରୀ ଗାଡ଼ି ଏବଂ ଆମ୍ବୁଲାନ୍ସରେ ଟଙ୍କା ନେବା ଆଣିବା କରାଯାଉ ଥିବା ଅଭିଯୋଗ, ସରକାରୀ କୋଠାରେ ମଧ୍ୟ ଟଙ୍କା ଗଛିତ ରଖା ଯାଇ ନିର୍ବାଚନରେ ପାର୍ଟିର ବ୍ୟବହାର ହେଉଛି, ପେଡ଼ ନିଉଜକୁ ତର୍ଜମା କରାଯାଉ, ରାଜନୈତିକ ଦଳର ଚିହ୍ନ ସରକାରୀ ଯୋଜନାରେ ବ୍ୟବହାର ହେଉଛି ଏଭଳି କିଛି ଅଭିଯୋଗ ଆସିଛି। ଯାହାର ସମାଧାନ ହେବାର ଆବଶ୍ୟକତା ରହିଛି । 24 ଜୁନ 2024 ବିଧାନସଭା, 16 ଜୁନ 2024 ରେ ଲୋକସଭା ଶେଷ ହେବ. ବର୍ତ୍ତମାନ ରାଜ୍ୟରେ 3 କୋଟି 32 ଲକ୍ଷ ଭୋଟ ର ରହିଛନ୍ତି. ସେଥି ମଧ୍ୟରୁ ୧ କୋଟି ୬୮ ଲକ୍ଷ ପୁରୁଷ ଭୋଟର ଏବଂ ୧ କୋଟି ୬୫ ଲକ୍ଷ ମହିଳା ଭୋଟର. ପୂର୍ବ ନିର୍ବାଚନ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ୪ ପ୍ରତିଶତ ବୃଦ୍ଧି ଘଟିଛି. ସବୁ ମତଦାନ କେନ୍ଦ୍ର ସମସ୍ତ ପ୍ରକାର ର ସୁବିଧା ବ୍ୟବସ୍ଥା କରାଯାଉଛି । ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସି ଭିଜିଲ ଆପ ଜରିଆରେ ହିଂସା, ମଦ ଓ କଳା ଟଙ୍କା କାରବାର ରୋକିବାକୁ ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକେ ଏଥିରେ ସେମାନଙ୍କର ଅଭିଯୋଗ ରଖି ପାରିବେ । ୧୦୦ ମିନିଟ ମଧ୍ୟରେ ତାହାର ସମାଧାନ କରାଯିବ ।

 

Leave A Reply

Your email address will not be published.