Jai Odisha
News

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ

ବାଲୁଗାଁ , ୧୨।୦୩ : ଚିଲିକା ବିଧାୟକଙ୍କୁ ଆକ୍ରମଣ । ବ୍ଲକ ଚେୟାରମ୍ୟାନ୍‌ ନିର୍ବାଚନ ପାଇଁ ଆସିଥିବା ବେଳେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାମାନ୍ୟ ଆହତ ହୋଇଛନ୍ତି ।  ଆହତ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବ୍ଲକ ଚେୟାରମ୍ୟାନ୍‌ ନିର୍ବାଚନ ପାଇଁ ବ୍ଲକ ଆସିଥିଲେ ବିଧାୟକ । ଠିକ୍‌ ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ ହୋଇଛି । ବ୍ଲକ ଅଫିସ ନିକଟରେ ବିଧାୟକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ଏଥିରେ ବିଧାୟକ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ବାଣପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେହିପରି  ବିଧାୟକଙ୍କ କାର୍‌କୁ ମଧ୍ୟ ଭଙ୍ଗାରୁଜା କରାଯାଇଛି ।  ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସୁରକ୍ଷାଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 

Leave A Reply

Your email address will not be published.