Jai Odisha
News

ବିନା ବର୍ଷାରେ ବନ୍ୟା : ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ

ବିନା ବର୍ଷାରେ ବନ୍ୟା । କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଆଖପାଖ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକମାନଙ୍କ ଘରେ ପାଣି ପଶିଯାଇଛି। ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ କିଛି ସମୟ ମଧ୍ୟରେ ପୂରା ଅଞ୍ଚଳରେ ପାଣି ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନେଇଥିଲେ। ପାଣିରେ ଲୋକମାନଙ୍କ ଜିନିଷପତ୍ର ଭାସିଯାଇଛି।  କେନାଲ ଭୁଶୁଡ଼ିବା ଯୋଗୁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରଭାବିତ ହେଉଛି। କ୍ଷେତରେ ପାଣି ପଶିବାଯିବାଯୋଗୁ ଚାଷ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି।  ବିଡିଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ସମୀକ୍ଷା କରିଛନ୍ତି।  ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଘାଇ ମରାମତି କାମ ଆରମ୍ଭ କରିଥିବା ଜଣାପଡ଼ିଛି।

ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ଦକ୍ଷିଣ ମୁଖ୍ୟ କେନାଲ ଦୁଇବର୍ଷ ଧରି ମରାମତି ଚାଲିଛି। ହେଲେ ସମ୍ପୃକ୍ତ ସ୍ଥାନରେ ଆଦୌ ମରାମତି ହୋଇନାହିଁ। ଫଳରେ ପୁରୁଣା ହୁଡ଼ା ରେ ନିୟମିତ ପାଣି ଝରି ଝରି କେନାଲ ବନ୍ଧ ଭାଙ୍ଗିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେନାଲ ରେ ଗେଟ ବନ୍ଦ କରି ପାଣି  ଉଠାଇ କିଛି ଚାଷୀ ନିଜ ଜମି କୁ ପାଣି ନେଉଛନ୍ତି। ଏଣୁ ଆବଶ୍ୟକତା ରୁ ଅଧିକ ପାଣି ରହିବା ଯୋଗୁଁ ପାଣି ଝରିବା ସ୍ଥାନରେ ଘାଇ ସୃଷ୍ଟି ହେଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।  ତେବେ ଆସନ୍ତା ଦିନ ଦୁଇ ଦିନ ମଧ୍ୟରେ ଘାଇ ମରାମତି କରାଯାଇ କେନାଲ ରେ  ଜଳସେଚନ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.