Jai Odisha
News

ବିଫଳ ହେଲେ, କିନ୍ତୁ ଆଶା ଛାଡ଼ି ନଥିଲେ

ଆଇଏଏସ୍‌ ହେଲେ ମହିଳା ଦନ୍ତ ଚିକିତ୍ସକ

ନୂଆଦିଲ୍ଲୀ,୨୨/୭:ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏବଂ ଆଇଏଏସ୍‌ ଅଫିସର ହେବା ଆଦୌ ସହଜ ନୁହେଁ । ୧୦୦ ସିଟ୍‌ ମଧ୍ୟରେ ସ୍ଥାନ ହାସଲ କରିବା ପାଇଁ ପ୍ରତି ବର୍ଷ ଭାରତର ଲକ୍ଷାଧିକ ଛାତ୍ରଛାତ୍ରୀ ୟୁପିଏସ୍‌ସି ପରୀକ୍ଷା ଦେଇଥାନ୍ତି । କିଛି ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀ ପ୍ରଥମ ପ୍ରୟାସରେ ସଫଳତାର ସ୍ୱାଦ ଚାଖିଥାନ୍ତି । ଆଉ କିଛି ବାରମ୍ଭାର ଚେଷ୍ଟା କରିଥାନ୍ତି ଲକ୍ଷ୍ୟ ପୂରଣ କରିବା ପାଇଁ । ଏମାନଙ୍କ ମଧ୍ୟରେ ଡା. ନେହା ଜୈନ ଅନ୍ୟତମ । ଜଣେ ଦନ୍ତ ଚିକିତ୍ସକ ଭାବେ ନିଜର କ୍ୟାରିଅର୍‌କୁ ଛାଡ଼ି ନେହା ଆଇଏଏସ୍‌ ଅଫିସର ହେବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ପ୍ରୟାସରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲେ । ତଥାପି ଆଶା ଛାଡ଼ିଲେ ନାହିଁ । ଦିଲ୍ଲୀ ବାସିନ୍ଦା ନେହା ଦିଲ୍ଲୀରେ ନିଜର ଅଧ୍ୟୟନ ଶେଷ କରିଛନ୍ତି । ସେଠାରେ ଏକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରୁ ଦନ୍ତଚିକିତ୍ସା ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଜଣେ ଦନ୍ତ ଚିକିତ୍ସକ ପରାମର୍ଶଦାତା ଭାବେ ସେ କାମ କଲେ । ଜଣେ ଚିକିତ୍ସକ ଭାବେ ତାଙ୍କର ଏକ ସଫଳ କ୍ୟାରିଅର ଥିଲା । କିନ୍ତୁ ୟୁପିଏସ୍‌ସି ସର୍ବଦା ତାଙ୍କର ସ୍ୱପ୍ନ ଥିଲା । କ୍ୟାରିଅର୍‌କୁ ନେଇ ଏକ ବଡ଼ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ
ଚାହୁଁନଥିବାରୁ ଚାକିରି ସହିତ ୟୁପିଏସ୍‌ସି ପାଇଁ ସେ ପ୍ରସ୍ତୁତି ଆରମ୍ଭ କଲେ । ଜଣେ ବିଦ୍ୟାର୍ଥୀ ଦିନକୁ ୪-୫ ଘଣ୍ଟା ଅଧ୍ୟୟନ କରି ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ନେହାଙ୍କ ବିଶ୍ୱାସ । ତେବେ ସପ୍ତାହାନ୍ତମାନଙ୍କରେ
ସେ ଅଧିକ ସମୟ ଅଧ୍ୟୟନ କରୁଥିଲେ । ଚାକିରି ସହିତ ପରୀକ୍ଷା ପ୍ରସ୍ତୁତି ପାଇଁ ସମୟର ଉଚିତ ପ୍ରବନ୍ଧନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ସେ ବିଶ୍ୱାସ କରନ୍ତି । ଜଣେ ଚାକିରି କରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ ବୋଲି ସେ ଅନ୍ୟମାନଙ୍କୁ ଉପଦେଶ ଦେଇଛନ୍ତି । ନେହା ବିଫଳ ହେଲେ, କିନ୍ତୁ ଆଶା ନ ଛାଡ଼ି ଦ୍ୱିତୀୟ ପ୍ରୟାସ ପାଇଁ ପ୍ରସ୍ତୁତ ହେଲେ । ଉଚିତ ଚିନ୍ତନ, ଉତ୍ତମ ରଣନୀତି, ସର୍ବାଧିକ ପୁନରାବୃତ୍ତି, ଉତ୍ତର ଲିଖନର ଅଭ୍ୟାସ ଏବଂ ସମୟର ଉପଯୁକ୍ତ ପ୍ରବନ୍ଧନ ଜରିଆରେ ସଫଳତା ହାସଲ କରାଯାଇପାରେ ବୋଲି ନେହା ବିଶ୍ୱାସ କରନ୍ତି ।

Leave A Reply

Your email address will not be published.