Jai Odisha
News

ବିବାଦୀୟ ହେଉଛନ୍ତି କନିକା ତହସିଲଦାର

କନିକା ତହସିଲଦାରଙ୍କ ସରକାରୀ ବାସଭବନକୁ ମଦ ବୋତଳ ମାଡ଼

ରାଜକନିକା,୫/୩ :କେନ୍ଦ୍ରାପଡ଼ା ଜିଲାର କନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କ ସରକାରୀ ବାସଭବନକୁ କିଛି ଦୁବୃର୍ତ୍ତ ମଦ ବୋତଲ ମାଡ଼ କରିଛନ୍ତି । ଏନେଇ ତହସିଲଦାର ଏବଂ ତାଙ୍କ ପରିବାର ଭୟଭୀତ ହୋଇଥିବା ନେଇ ଗଣ ମାଧ୍ୟମରେ ମୁହଁ ଖୋଲିଛନ୍ତି । ଘଟଣା ସଂପର୍କରେ ମଧ୍ୟ ତହସିଲଦାର ରାଜକନିକା ଥାନାରେ ଏତଲା ଦେଇଛନ୍ତି । ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ତହସିଲଦାର ଶ୍ରୀବେହେରା ଅଡ଼ୁଆରେ ପଡ଼ୁଛନ୍ତି । ତାଙ୍କ ସରକାରୀ ବାସଭବନରେ ମଦ ବୋତଲ ମାଡ଼ ପୂର୍ବରୁ ତାଙ୍କ ବାସଭବନ ଉପରକୁ ଦୁବୃର୍ତ୍ତମାନେ ବୋମାମାଡ଼ ମଧ୍ୟ କରିଛନ୍ତି । ସେହିଭଳି ଖରସ୍ରୋତା ଜଳ ପ୍ରକଳ୍ପ ଆନ୍ଦୋଳନ ସମୟରେ ସାଧାରଣ ଲୋକମାନଙ୍କ ଆକ୍ରୋଶର ଶୀକାର ହୋଇଥିଲେ । ପ୍ରକଳ୍ପ କାର୍ଯ୍ୟକରୁଥିବା କମ୍ପାନୀ ପ୍ରତି ଅଧିକ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ଚାଷୀମାନେ ତାଙ୍କୁ ମାଡ଼ ମାରିଥିଲେ । ସେହିଭଳି କନିକା ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକମାନଙ୍କ ଠାରୁ ପ୍ରତି କାର୍ଯ୍ୟ ପାଇଁ ହାତଗୁଞ୍ଜା ନେଇଥିବାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଫାଇପ୍ ଟି ସଚିବଙ୍କୁ ଅଭିଯୋଗ ହୋଇଛି । ଶିକ୍ଷକତା ଚାକିରୀରୁ ଅନୁଗ୍ରହରେ ଓଆର୍‌ଏସ୍ ପାଇଁ ଶ୍ରୀବେହେରା କନିକା ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପୁନର୍ବାର ପ୍ରମୋସନ ପାଇଁ ପୁଣି କନିକା ତହସିଲଦାର ଭାବେ ଏବେ କାର୍ଯ୍ୟ କରୁଛନ୍ତି । ହେଲେ ଶ୍ରୀବେହେରାଙ୍କ କାର୍ଯ୍ୟଶୈଳୀକୁ ସାଧାରଣରେ ନାପସନ୍ଦ କରାଯାଇଛି । ଅନେକ ଜମିବାଡ଼ିିରେ ବେଆଇନ୍ ପଟ୍ଟା ପ୍ରଦାନ କରାଯାଇଥିବାର ମଧ୍ୟ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ରହିଛି । ତହସିଲ କାର୍ଯ୍ୟାଳୟର କର୍ମଚାରୀ ଭାବେ ରାଜକନିକା ବ୍ଲକ୍‌ର ସାତ ଜଣ କର୍ମଚାରୀ ଏବେ କାର୍ଯ୍ୟକରୁଛନ୍ତି । ଦୀର୍ଘଦିନ ଧରି ଏହି କର୍ମଚାରୀମାନଙ୍କ ସହିତ ସଲାସୁତୁରାରେ ବିନା ଲାଂଚରେ କୌଣସି କାର୍ଯ୍ୟ କରାଯାଉନଥିବାର ଅଭିଯୋଗ ହେଉଛି । ଜମି ପଟ୍ଟା ଠାରୁ ଆରମ୍ଭ କରି ମ୍ୟୁଟେସନ୍ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ହାତଗୁଞ୍ଜା ନଦେଲେ କାର୍ଯ୍ୟ ହେଉନଥିବାର ସାଧାରଣରେ ଅଭିଯୋଗ ହେଉଛି । ଯାହାକୁ ତହସିଲଦାର ପ୍ରୋତ୍ସାହନ ଦେଉଥିବାର ଲୋକେ କହିଛନ୍ତି । ଯେଉଁ କାରଣରୁ ଏବେ ଆକ୍ରୋଶର ଶୀକାର ହେଉଛନ୍ତି ତହସିଲଦାର । ମାସ ମାସ ଧରି ଲୋକେ ତହସିଲ କାର୍ଯ୍ୟାଳୟକୁ ଦୈଡ଼ୁଛନ୍ତି । ଫାଇପ୍ ଟି ଏହି ତହସିଲରେ ନାମକୁ ମାତ୍ର ଫଳକରେ ସୀମିତ ରହୁଥିବାର ଜଣାପଡ଼ିଛି । ଜମି ପଟ୍ଟା କମ୍ପ୍ୟୁଟରିଂରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ଘରବାରି ବେଳେ ତହସିଲଦାର ସରକାରୀ ଖଜଣା ଠାରୁ ଅଧିକ ଟଙ୍କା ଆଦାୟ କରାଯାଇଥିବାର ମଧ୍ୟ ଅଭିଯୋଗ ହେଉଛି । ସେହିଭଳି ଜମି ମାପ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଇଥିବାର ମଧ୍ୟ ଜିଲାପାଳଙ୍କୁ ଅଭିଯୋଗ ହୋଇଛି । ନିଜ ବ୍ଲକ୍‌ରେ ଦୀର୍ଘଦିନ ଧରି କର୍ମଚାରୀମାନେ ବ୍ୟାପକ ଭାବେ ଅନିୟମିତକା କାର୍ଯ୍ୟ କରୁଥିବାର ଜଣାପଡ଼ିଛି । କେତେକ କର୍ମଚାରୀ ନିଜ ନାମରେ ଗରିବ ଲୋକମାନଙ୍କ ଠାରୁ ଜମିକୁ ଶାଗମାଛ ଦରରେ କିଣି ନେଉଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ରହିଥିଲେ ମଧ୍ୟ ତହସିଲଦାର ବେଆଇନ୍ ଚିଙ୍ଗୁଡ଼ିଘେରିକୁ ନ ଭାଙ୍ଗି ନାମକୁ ମାତ୍ର କୋଡ଼ି କୋଦାଳରେ ନାଳ କାଟି ଲକ୍ଷ ଲକ୍ଷ ଟଙ୍କା ହାତଗୁଞ୍ଜା ନେଉଥିବାର ମଧ୍ୟ ଅଭିିଯୋଗ ହେଉଛି । ବେଆଇନ୍ ଭାବେ ତହସିଲଦାର ଏବଂ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପକୁ ଘୋର ବିରୋଧ କରୁଛନ୍ତି ସାଧାରଣ ଲୋକେ । ଯେଉଁ କାରଣରୁ ତାଙ୍କ ବିରୁଦ୍ଧରେ ରାଜକନିକା ଅଂଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି । ଫଳରେ ମାଡ଼, ବୋମା ମାଡ଼ ପରେ ଏବେ ମଦ ବୋତଲ ମାଡ଼ କରାଯାଉଥିବାର ଜଣାପଡ଼ିଛି । ଏହି ଘଟଣା ସଂପର୍କରେ ରାଜକନିକା ଥାନା ଅଧିକାରୀ ବିଳ୍ୱମଙ୍ଗଳ ସେଠୀକୁ ପଚାରିବାରୁ ସେ କହିଛନ୍ତିଯେ, ମଦ ପିଇବା ପରେ କିଛି ଦୁବୃର୍ତ୍ତ ଦୂରରୁ ତାଙ୍କ ବାସଭବନକୁ ବୋତଲ ଫୋପାଡ଼ିଛନ୍ତି । ଏନେଇ କନିକା ତହସିଲଦାର ଶୁକ୍ରବାର ଏକ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

tahasildar 1 rajkanika
Leave A Reply

Your email address will not be published.