Jai Odisha
News

ବିବାହିତ ଝିଅ ବି ପାଇବେ ଅନୁକମ୍ପାମୂଳକ ନିଯୁକ୍ତି :ଓଡ଼ିଶା ହାଇକୋର୍ଟ

କଟକ,୨୯/୧୦: ଚାକରିରେ ଥାଇ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ବିବାହିତା ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଓଡ଼ିଶା ହାଇକୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ନିୟମ ଅନୁସାରେ, କେବଳ ପୁଅ କିମ୍ବା ଅବିବାହିତ ଝିଅ ଏହାର ସୁଯୋଗ ପାଉଥିଲେ। ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ        କହିଛନ୍ତି। ପୂର୍ବରୁ ଏହି ନିୟମ ଅନୁସାରେ, କେବଳ ପୁଅ କିମ୍ବା ଅବିବାହିତ ଝିଅ ଏହାର ସୁଯୋଗ ପାଉଥିଲେ। ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବିବାହ କରିଥିବା କାରଣରୁ ଜଣେ ପ୍ରାର୍ଥୀ ଥଇଥାନ ଯୋଜନାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇପାରିବେ ନାହିଁ । ବିବାହିତ ହେବା ଏକ ଅଯୋଗ୍ୟତାର ପ୍ରମାଣପତ୍ର ନୁହଁ । ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆନଯିବା ଏକ ମନମୁଖି ନିଷ୍ପତ୍ତି ଏବଂ ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨)କୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଛନ୍ତି। ଏନେଇ ବିବାହିତ ଝିଅଙ୍କ ନିଯୁକ୍ତିକୁ ବିଚାରକୁ ନନେବା ନୀତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।  ଏଥିସହ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ରାୟ ଶୁଣାଇଛନ୍ତି।.  ବାସନ୍ତୀ ନାୟକଙ୍କ ପକ୍ଷରୁ ଆଗତ ମାମଲାରେ ବିଚାରପତି ଜଷ୍ଟିସ୍‌ ଏସ୍‌.କେ ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି । ଆବେଦନକାରିଣୀଙ୍କ ବାପା ଭଦ୍ରକ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ୨୦୦୧ ଫେବ୍ରୁଆରୀ ୨୩ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅସହାୟ ହୋଇଯାଇଥିଲେ । ଆବେଦନକାରିଣୀ ବାସନ୍ତୀ ମୃତ ଶିକ୍ଷକଙ୍କ ବଡ଼ ଝିଅ ହୋଇଥିବାରୁ ଥଇଥାନ ଯୋଜନାରେ ତାଙ୍କୁ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ସେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆବେଦନ କରିଥିଲେ । ମାତ୍ର ଆବେଦନକାରିଣୀ ବିବାହ କରିସାରିଥିବାରୁ ତାଙ୍କ ଆବେଦନକୁ ଜିଲ୍ଲା ଶିକ୍ଷାଧିକାରୀ ନାକଚ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରିଣୀ ଶ୍ରୀମତୀ ନାୟକ ପ୍ରଥମେ ସ୍ୟାଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ ।

 

Leave A Reply

Your email address will not be published.