Jai Odisha
News

ବିବିଏ ଛାତ୍ରଙ୍କୁ ଅପହରଣ ପରେ ୩୦ ଲକ୍ଷ ଦାବି

ଭୁବନେଶ୍ବର ୦୨।୦୨ : ରାଜଧାନୀରେ ଜଣେ ବିବିଏ ଛାତ୍ରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି । ଅପହରଣକାରୀମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିବା ଜଣାପଡ଼ିଛି ।  ଘଟଣାରେ ଚାରି ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଖବର ଅନୁଯାୟୀ,  ଛାତ୍ର ଜଣଙ୍କ ବାଙ୍ଗାଲୋରରେ ରହି ବିବିଏ ପଡ଼ୁଥିଲେ ।କରୋନା ପାଇଁ ଏବେ ଘରକୁ ଆସିଥିଲେ ।ଲକ୍ଷ୍ମୀସାଗର ଅଞ୍ଚଳରୁ  ଅପହରଣ କରଯାଇଥିବା ଅଭିଯୋଗ । ଏବେ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ଛାତ୍ରଙ୍କୁ ଉଦ୍ଧାର କରିବା ସହ କାର ଓ  ମାରଣାସ୍ତ୍ର ଜବତ କରିଛି ଲଷ୍ମୀସାଗର ଥାନା ପୋଲିସ । ଘଟଣାରେ  ୪ ଜଣକୁ ଅଟକ ରଖି ଜେରା କରୁଛି ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଦେବେ ଭୁବନେଶ୍ବର ଡିସିପି ।

Leave A Reply

Your email address will not be published.