Jai Odisha
News

ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି

ଭୁବନେଶ୍ୱର,୨୯ା୫:   ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପୂର୍ବରୁ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ଅଥବା ବିଭାଜନ ନିଷେଧ ଥିଲା | ଧାରା ୩୫ ଅନୁଯାୟୀ ଯଦି ଧାରା ୩୪କୁ ଉଲ୍ଲଙ୍ଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହୋଇଥିବ, ତାହା ଅବୈଧ ବିବେଚିତ ହେବ ଓ ଉଲ୍ଲଙ୍ଘନକାରୀଙ୍କୁ ଜମିରୁ ଉଛେଦ କରାଯିବ | ତେବେ ଆଜି କ୍ୟାବିନେଟ ଏହି ଅଧିନିୟମର ଧାରା ୩୪ ଓ ୩୫କୁ ଉଚ୍ଛେଦ କରିବାର ପ୍ରସ୍ତାବକୁ ଅନୁମୋଦନ କରିଥିଲେ

Leave A Reply

Your email address will not be published.