Jai Odisha
News

ବିମାନ ଦୁର୍ଘଟଣାସ୍ଥଳୀ ଚିହ୍ନଟ ,ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ,୩୦/୦୫: ଆଜି ନେପାଳ ସେନା   ଦୁର୍ଘଟଣାଗ୍ରସ୍ତ ବିମାନ ତାରା ୯NAETର  ଦୁର୍ଘଟଣାସ୍ଥଳୀ ଚିହ୍ନଟ କରିଛି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ନେପାଳ ସେନାର ଜଣେ ମୁଖପାତ୍ର କହିଛନ୍ତି, ତଲାସ ଏବଂ ଉଦ୍ଧାରକାରୀ ଦଳ ପ୍ରତ୍ୟକ୍ଷଭାବେ ବିମାନ ଦୁର୍ଘଟଣାସ୍ଥଳୀ ଠାବ କରିଛନ୍ତି। ନେପାଳର ସେନା ପକ୍ଷରୁ ବିମାନଟିକୁ ଠାବ କରାଯାଇଥିବା ବେଳେ ବିମାନଟି ଦୁର୍ଘଟଣା ଘଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏନେଇ ନେପାଳ ସେନା ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ  ଦୁର୍ଘଟଣାକୁ  ନେଇ  ତଦନ୍ତ ଚାଲିଛି  ବୋଲି କହିଛି ସେନା । ଏନେଇ  ସେନାର ମୁଖପାତ୍ର ଟ୍ୱିଟକରି କହିଛନ୍ତି  ଉଦ୍ଧାରକାରୀ ଦଳ  ନିଖୋଜ ବିମାନର ଦୁର୍ଘଟଣାସ୍ଥଳ ଚିହ୍ନଟ କରିଛନ୍ତି । ରବିବାର ଦିନ ବିମାନ ତାରା ୯NAET ଉଡାଣ ଭରିବା ପରେ ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ନିକଟରେ ଦୁର୍ଘଟଣା ହୋଇଛି ।

Leave A Reply

Your email address will not be published.