Jai Odisha
News

ବିଳମ୍ବରେ ଆସିବ ମୌସୁମୀ, ଜୁନ ୪ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ନୂଆଦିଲ୍ଲୀ,୧୬।୫:ଏଥର କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ମୌସୁମୀ ଜୁନ ୪ ତାରିଖ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଳମ୍ବରେ ମୌସୁମୀ ଆସିବାକୁ ଥିଲେ ହେଁ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୁଣିଥରେ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ପକ୍ଷରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ସଂପର୍କରେ ପୂର୍ବାନୁମାନ ଜାରି କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଜୁନ ୧ରେ କେରଳ ଛୁଇଁଥାଏ ଓ ଏହାର ୭-୮ ଦିନ ପରେ ଓଡ଼ିଶା ଆସିଥାଏ । କିନ୍ତୁ ଏବର୍ଷ ମୌସୁମୀ ସାମାନ୍ୟ ବିଳମ୍ବ ଅର୍ଥାତ ଜୁନ ୪ରେ କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ   ମୌସୁମୀ ୪ ଦିନ ଆଗୁଆ କିମ୍ବା ୪ ଦିନ ବିଳମ୍ବରେ ଆସିପାରେ | ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ। ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଏପଟ ସେପଟ ମଧ୍ୟ ହୋଇପାରେ।” କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ଓଡ଼ିଶାକୁ ଆସିଥାଏ। ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ଗତମାସରେ ଆଇଏମଡି କହିଥିଲା ଯେ ଚଳିତ ବର୍ଷ ଏଲ ନିନୋର ପ୍ରଭାବ ପଡ଼ିପାରେ। ତଥାପି ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ। ଆଇଏମଡି କହିଛି ଯେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬% ବର୍ଷା ହେବ। ଏହାର ଅର୍ଥ ସ୍ୱାଭାବିକ ବର୍ଷା ହେବ।

 

 

Leave A Reply

Your email address will not be published.