Jai Odisha
News

ବିଶିଷ୍ଟ ବିଲିଓନାୟର ରାକେଶ ଝୁନଝୁନୱାଲାଙ୍କ ପରଲୋକ

ମୁମ୍ବାଇ,୧୪/୮:ବିଶିଷ୍ଟ ବିଲିଓନାୟର ରାକେଶ ଝୁନଝୁନୱାଲାଙ୍କ ପରଲୋକ ।  ଭେଟେରାନ ନିବେଶକ ରାକେଶ ଝୁଞ୍ଜୁନୱାଲାଙ୍କର ୬୨ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୨-୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା, ଭେଟେରାନ ବ୍ୟବସାୟୀ ଝୁଞ୍ଜୁନୱାଲାଙ୍କ ମୃତ୍ୟୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲ ଦ୍ୱାରା ନିଶ୍ଚିତ ହୋଇଛି, ତାଙ୍କୁ ଆଜି ସକାଳ ୬.୪୫ ରେ ଡାକ୍ତରଖାନାକୁ ଅଣାଯାଇଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି । ଜଣେ ଷ୍ଟକ ଟ୍ରେଡର ଓ ଇନଭେଷ୍ଟର ଭାବେ ସାରା ବିଶ୍ୱରେ ତାଙ୍କର ବେଶ ସୁଖ୍ୟାତି ରହିଥିଲା । ତାଙ୍କର ଦେହାନ୍ତ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରିଛନ୍ତି । ସେୟାର ମାର୍କେଟ୍‌ର ଜଣେ ବିଗ୍‌ବୁଲ୍‌ ଥିଲେ ରାକେଶ ଝୁନଝୁନୱାଲା । ରାକେଶ ଝୁଞ୍ଜୁନୱାଲାଙ୍କୁ ଭାରତର ୱାରେନ୍ ବଫେଟ୍ କୁହାଯାଏ। ସେୟାର ମାର୍କେଟ୍ ରେ ଟଙ୍କା ରୋଜଗାର କରିବା ପରେ ରାକେଶ ଏୟାର ଲାଇନ୍ ସେକ୍ଟରରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ଗତ ୭ ଅଗଷ୍ଟରେ ସେ ତାଙ୍କର ଏୟାର ଲାଇନ୍ ଆକାଶର ସେବା ଆରମ୍ଭ କରିଥିଲେ । ଷ୍ଟକ ମାର୍କେଟ୍ ରେ ନିବେଶ କରୁଥିବା ରାକେଶଙ୍କ ପାଖରେ ଆଜି ହଜାର କୋଟିର ସମ୍ପତ୍ତି ରହିଛି । ସେ ତାଙ୍କର ଯାତ୍ରା ମାତ୍ର ୫ହଜାର ଟଙ୍କାରୁ ଆରମ୍ଭ କରିଥିଲେ । ଭାରତର ୱାରେନ୍ ବଫେଟ୍ କୁହାଯାଉଥିବା ରାକେଶ ଝୁଞ୍ଜୁନୱାଲାଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଷ୍ଟକ୍ ମାର୍କେଟ୍ । ଝୁଞ୍ଜୁନୱାଲାଙ୍କ ଏହି ସଫଳତାର କାହାଣୀ ମାତ୍ର ପାଞ୍ଚ ହଜାର ଟଙ୍କା ସହିତ ଆରମ୍ଭ ହୋଇଥିଲା । ଆଜି ତାଙ୍କର ନିଟ୍ ମୂଲ୍ୟ ପ୍ରାୟ ୪୦ ହଜାର କୋଟି ଅଟେ। ଏହି ସଫଳତା ହେତୁ ଝୁଞ୍ଜୁନୱାଲାଙ୍କୁ ଭାରତୀୟ ଷ୍ଟକ୍ ମାର୍କେଟର ‘ବିଗ୍ ବୁଲ୍’ ଏବଂ ଭାରତର ୱାରେନ୍ ବଫେଟ୍ କୁହାଯାଏ।

Leave A Reply

Your email address will not be published.