Jai Odisha
News

ବିଶ୍ବକପ ହକି ଫାଇନାଲରେ ପହଞ୍ଚିଲା ଜର୍ମାନୀ

ଭୁବନେଶ୍ବର,୨୭।୧:ବିଶ୍ବକପ ହକି ଫାଇନାଲରେ ପହଞ୍ଚିଲା ଜର୍ମାନୀ।  ପୁରୁଷ ହକି ବିଶ୍ବକପ୍‌-୨୦୨୩ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହୋଇଛି। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି କଙ୍ଗାରୁ ଦଳକୁ ପରାସ୍ତ କରିଛି। ଜର୍ମାନି ଦଳ ୪-୩ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସେମିଫାଇନାଲରେ ବିଜୟୀ ହେଲା ପରେ ଜର୍ମାନି ଏବେ ଫାଇନାଲକୁ ଉନ୍ନୀତ ହୋଇଛି। ଜର୍ମାନି ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳିବ। ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ର ବିଜେତା ଟିମ୍‌କୁ ଭେଟିବ। ଫାଇନାଲ୍‌ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌ ଆରମ୍ଭ ହେବା ଠାରୁ ହାଫ୍‌ ଟାଇମ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ୨ଟି କ୍ବାର୍ଟରରେ ଅଷ୍ଟ୍ରେଲିଆ ୨ଟି ଗୋଲ୍‌ (୧୧ ଓ ୨୬ ମିନିଟ୍‌) ଦେଇଥିଲା। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଗୋଟିଏ ଗୋଲ୍‌ ଦେଇଥିଲା। କିନ୍ତୁ ଜର୍ମାନି ତୃତୀୟ କ୍ବାର୍ଟର ବେଳକୁ ଫର୍ମକୁ ଫେରିସାରିଥିଲା। ତୃତୀୟ କ୍ବାର୍ଟରରେ ଜର୍ମାନି ଗୋଟିଏ ଗୋଲ୍‌ ଦେଇଥିବା ବେଳେ ଶେଷ କ୍ବାର୍ଟରରେ ୩ଟି ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଗୋଞ୍ଜାଲୋ ପେଇଲାଟ୍‌ ସର୍ବାଧିକ ୩ଟି ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେ ୪୨, ୫୧ ଓ ୫୮ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ ୩-୩ ଗୋଲ୍‌ରେ ବରାବରସ୍ଥିତିରେ ରହିଥିବା ବେଳେ ୫୯ ମିନିଟ୍‌ରେ ନିକଲାସ୍‌ ୱେଲେନ୍‌ ଏକ ଚମତ୍କାର ଫିଲ୍ଡ ଗୋଲ୍‌ ଦେଇ ଜର୍ମାନିକୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଆଜି ପ୍ରଥମ ସେମିଫାଇନାଲରେ ବିଜୟୀ ହେଲା ପରେ ଜର୍ମାନି ଫାଇନାଲକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଜର୍ମାନି ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳିବ। ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ର ବିଜେତା ଟିମ୍‌କୁ ଭେଟିବ। ଫାଇନାଲ୍‌ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

Leave A Reply

Your email address will not be published.