Jai Odisha
News

ଆଜି ବିଶ୍ୱକପ୍ ଫାଇନାଲ୍: ବେଲ୍ଜିୟମ୍-ଜର୍ମାନୀ ମହା ମୁକାବିଲା

ନୂଆଦିଲ୍ଲୀ,୨୯।୧: ଆଜି ହକି ବିଶ୍ବକପରେ ଫାଇନାଲ ଫାଇଟ୍ । ଟାଇଟଲ ପାଇଁ ବେଲଜିୟମ ଓ ଜର୍ମାନି ମଧ୍ୟରେ ହେବ ଲଢ଼େଇ ।  ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପର ଆଜି ଖେଳାଯିବ ଫାଇନାଲ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ   ବେଲଜିୟମ ଓ ଜର୍ମାନି । ଲଗାତାର ଦ୍ବିତୀୟ ଥର ହକି ବିଶ୍ବକପ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି  ବେଲଜିୟମ ଟିମ୍ । ୨୦୧୮ରେ ନେଦରଲାଣ୍ଡକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ବେଲଜିୟମ ଟିମ୍ । ଅନ୍ୟପଟେ ଏହି ମ୍ୟାଚ୍ ପୂର୍ବରୁ ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ।  ଅପରାହ୍ନ ସାଢ଼େ ୪ଟାରେ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.