Jai Odisha
News

ବିଶ୍ୱର ୧ ନମ୍ବର ଧନୀ ହେଲେ ମସ୍କ

ଓ୍ବାଶିଂଟନ୍‌,୨୮।୨: ଦେଶର ଧନୀ ବ୍ୟକ୍ତି ପାଲଟିଛନ୍ତି ଟେସ୍‌ଲାର ସିଇଓ ତଥା ଟ୍ବିଟର୍‌ର ମାଲିକ ଏଲନ୍‌ ମସ୍କ। ଟେସଲା ସିଇଓ ଏଲନ ମସ୍କ ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଗତ ବର୍ଷ ଅଧିକ କ୍ଷତି ହେତୁ ବିଶ୍ୱର କୋଟିପତି ତାଲିକାରେ ଦୁଇ ନମ୍ବରକୁ ଖସି ଆସିଥିଲେ, କିନ୍ତୁ ଚଳିତ ବର୍ଷ ସମ୍ପତ୍ତି ବୃଦ୍ଧି ହେତୁ ସେ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଟୁଇଟର୍‌ ଏବଂ ଟେସଲାର ମାଲିକ ମସ୍କ ଫ୍ରାନ୍ସର ବିଲିୟନେୟାର ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇଛନ୍ତି।ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆସନ ହରାଇ ବସିଥିଲେ। ଟେସ୍‌ଲାର ସେୟାର ହ୍ରାସ ପାଇଥିବାରୁ ମସ୍କଙ୍କ ସଂପତ୍ତି ବି ହ୍ରାସ ପାଇଥିଲା। ଫଳରେ ସେ ଆଉ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ହୋଇ ରହି ପାରିନଥିଲେ। ତାଙ୍କ ସ୍ଥାନ ଅଧିକାର କରିଥିଲେ ଲୁଇସ୍‌ ଭୁଇଟନ୍‌ର ସିଇଓ ବର୍ଣ୍ଣାଡ ଆର୍‌ନଲ୍‌ଟ।ଗତ ବର୍ଷ ଡିସେମ୍ବରରେ ବର୍ନାର୍ଡ ମସ୍କକୁ ଅତିକ୍ରମ କରିଥିଲେ। ବ୍ଲୁମବର୍ଗ ବିଲିୟନେୟାରଙ୍କ ରିପୋର୍ଟ ଅନୁଯାୟୀ, ଏଲୋନ ମସ୍କ ମାତ୍ର ୨ ମାସ ମଧ୍ୟରେ ଏକ ନମ୍ବର ମୁକୁଟ ଫେରି ପାଇଛନ୍ତି। କିନ୍ତୁ ସେ ତଥାପି ଫୋର୍ବସ ବିଲିୟନେୟାର ତାଲିକାରେ ଦୁଇ ନମ୍ବରରେ ଅଛନ୍ତି।ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୮୭ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ଦୁଇ ନମ୍ବରରେ ପହଞ୍ଚିଥିବା ବର୍ଣ୍ଣାଡଙ୍କ ସମ୍ପତ୍ତି ୧୮୫ ବିଲିୟନ ଡଲାର ଅଛି। ଚଳିତ ବର୍ଷ ଏଲନ ମସ୍କର ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ଜାନୁଆରୀ ଠାରୁ, ମସ୍କ ତାଙ୍କ ସମ୍ପତ୍ତିରେ ୫୦.୧ ବିଲିୟନ ଡଲାର ବୃଦ୍ଧି କରିଛନ୍ତି। ସୋମବାର ମସ୍କଙ୍କ ସମ୍ପତ୍ତି ୬.୯୮ ବିଲିୟନ ଡଲାରରେ ବୃଦ୍ଧି ପାଇଛି।
୨୦୨୧ରେ ମସ୍କଙ୍କର ସମ୍ପତ୍ତି ୨୦୦ ବିଲିୟନ ଡଲାରରୁ ଅଧିକ ଥିଲା। ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ତାଙ୍କ ସମ୍ପତ୍ତି ୧୫୦କୁ ହ୍ରାସ ଘଟିଥିଲା। ମସ୍କଙ୍କ ସମ୍ପତ୍ତି ହ୍ରାସ ଟେସଲା ଶେୟାର ବିକ୍ରି ହେତୁ ହୋଇଥିଲା।

Leave A Reply

Your email address will not be published.