Jai Odisha
News

ବିଶ୍ୱର ୨୭ଟି ଦେଶକୁ ମାଡିଲାଣି ମଙ୍କିପକ୍ସ…

ନୂଆଦିଲ୍ଲୀ,୬/୬: ବିଶ୍ୱର ୨୭ଟି ଦେଶକୁ ମାଡିଲାଣି ମଙ୍କିପକ୍ସ ସଂକ୍ରମଣ । ଏପର୍ଯ୍ୟନ୍ତ ଏହି ରୋଗରେ ୭୮୦ ଜଣ ସଂକ୍ରମିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଆଜି ସୂଚନା ଦେଇଛି । ମେ ୨୯ ପରଠାରୁ ଆଜି ପର୍ଯ୍ୟନ୍ତ ମୋଟ ୫୨୩ଟି ମାମଲା ଚିହ୍ନଟ ହୋଇଥିଲା ବେଳେ ତା ପୂର୍ବରୁ ୨୫୭ ଜଣ ରୋଗୀ ମିଳିଥିଲେ । ତେବେ ଏଥିରେ ବିଶ୍ୱରେ ଏପର୍ଯ୍ୟନ୍ତ କୌଣସି ରୋଗୀଙ୍କ ମୃତ୍ୟୁ ଘଟିନଥିବା ଡବ୍ଲ୍ୟୁଏଚ୍‌ଓ କହିଛି । ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କ ହିଁ ଏହି ରୋଗ ବୃଦ୍ଧିର ପ୍ରମୁଖ କାରଣ । କିନ୍ତୁ ଏହା ଯୌନ ସଂକ୍ରମଣ ରୋଗ ନୁହେଁ । ସ୍କିନ୍‌-ଟୁ-ସ୍କିନ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ସଂକ୍ରମିତ ହୋଇଥାଏ ।

Leave A Reply

Your email address will not be published.