Jai Odisha
News

ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୨୨

ଭୁବନେଶ୍ୱର  ,୩୧/୦୫: ଆଜି ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତବର୍ଷର ଥିମ୍ ରହିଛି ‘ଟବାକୋ ଥ୍ରିଏଟ୍ ଆୱାର ଏନଭରମେଣ୍ଟ’ ବା ତମାଖୁ ଆମ ପରିବେଶ ପ୍ରତି ବିପଜଜନକ ।ଯେଉଁମାନେ ଧୂମପାନ କରନ୍ତି ସେମାନଙ୍କ ତୁଳନାରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ କିଛି ରୋଗ ହେବାର ସମ୍ଭାବନା ଅଧିକ। ଏହି ପରିପ୍ରେକ୍ଷୀରେ ଏହା ନାରୀମାନଙ୍କ ପାଇଁ ମଧ୍ୟ ଗୁରୁତ୍ବ ବହନ କରେ। କାରଣ କେବଳ ଯିଏ ଧୂମପାନ କରିଥାଏ ସେ ଯେ, ଅସୁସ୍ଥ ହୁଏ ଓ ରୋଗରେ ପଡ଼ିଥାଏ ତାହା ନୁହେଁ, ତାଙ୍କ ଧୂଆଁ ସଂସ୍ପର୍ଶରେ ଆସୁଥିବା ମୁଖ୍ୟତଃ ନାରୀ ଓ ଶିଶୁମାନେ ଅଧିକ ପ୍ରଭାବିତ ହୋଇଥାଆନ୍ତି।  କେବଳ ଏତିକି ନୁହେଁ ତମାଖୁ ଖାଇଲେ ନିଦ୍ରା ନହେବା ସହ ମାନସିକ ଅବସାଦ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ଦେଇଛନ୍ତି । ତେଣୁ ତମାଖୁର କୁପ୍ରଭାବ ବିଷୟରେ ଆଜିର ଦିନରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥାଏ ।

Leave A Reply

Your email address will not be published.