Jai Odisha
News

ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର , ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୬ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ)ର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ନିର୍ଦ୍ଦେଶକ…ବିଶ୍ବ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମଓ) ଉପାଧ୍ୟକ୍ଷ ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଡବ୍ଲ୍ୟୁଏମଓ ଟ୍ବିଟ କରି ସୂଚନା ଦେଇଛନ୍ତି। ବିଶ୍ବ ପାଣିପାଗ ସଂସ୍ଥାନରେ ୧୪୮ଟି ଦେଶ ସଦସ୍ୟ ରହିଛନ୍ତି। ୧୪୮ଟି ଭୋଟ ମଧ୍ୟରୁ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୧୧୩ ଖଣ୍ଡ ଭୋଟ ମିଳିଥିଲା। ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଭଦ୍ରକ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେ ଏମ.ଏସସି(ପଦାର୍ଥ ବିଜ୍ଞାନ) ଏବଂ ପଦାର୍ଥ ବିଜ୍ଞାନରେ ପିଏଚ.ଡି କରିଛନ୍ତି। ପାଣିପାଗ କେନ୍ଦ୍ର ପୁଣେ, ପାଣିପାଗ ମୁଖ୍ୟାଳୟ ଦିଲ୍ଲୀ, ଭୁବନେଶ୍ବର ପାଣିପାଗ କେନ୍ଦ୍ରରେ କାମ କରିବା ସହିତ ବାଲେଶ୍ବର ଜିଲା ଜଳେଶ୍ବର ଡି.କେ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି।

Leave A Reply

Your email address will not be published.