Jai Odisha
News

ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ : ନିରାଶ କଲେ ସୁଚିତ୍ରା

ସୁଚିତ୍ରାଙ୍କ ଖରାପ ପ୍ରଦର୍ଶନ

ଭୁବନେଶ୍ୱର : ଦୁବାଇରେ ସମାପ୍ତ ହୋଇଯାଇଛି ବିଶ୍ୱ ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ ୨୦୨୪. ଏହି ପ୍ରତିଯୋଗିତା ୟୁଏଇ ର ଦୁବାଇ ସହରେ ଫେବୃଆରୀ ୧୨ -୧୫ ପାର୍ଯ୍ୟନ୍ତ ଚାଲୁଥିଲା। ଶେଷ ଦିନରେରେ ଆମ ଓଡ଼ିଶାର ସୁଚିତ୍ରା ପରିଡ଼ା ମହିଳା F-55 ବର୍ଗରେ ୧୨.୮୬ ମିଟର ଜାଭେଲିନ ଫୋପଡି ୫ମ ସ୍ଥାନ ଅଧିକାର କରିଛନ୍ତି। ସୁଚିତ୍ରା ଆଗରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ୧୬.୯୯ ମିଟର ଫୋପାଡି ଜାତୀୟ ରେକର୍ଡ କରିଥିବା ବେଳେ ଏତେ କମ୍ ଫୋପାଡିବା ନୈରାଶ୍ୟ ଜନକ ବିଷୟ. ମୋର ଦିନ ନଥିଲା ସେଥିପାଇଁ ଖରାପ କରିଛି ଏବଂ ଆଗକୁ ଓଡିଶାବାସୀଙ୍କୁ ନିରାଶ କରିବି ନାହିଁ ବୋଲି କହିଛନ୍ତି ସୁଚିତ୍ରା. ଆଗକୁ ମାର୍ଚ୍ଚରେ ଭାରତରେ ହେବାକୁ ଥିବା ଇଣ୍ଡିଆନ୍ ଇଣ୍ଟରନାସନାଲ ଗ୍ରାଣ୍ଡ ପ୍ରିକ୍ସରେ ଭଲ ପ୍ରଦର୍ଶନ କରିବାକୁ ସେ ଆଶା ରଖିଛନ୍ତି।

Leave A Reply

Your email address will not be published.