Jai Odisha
News

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର

ପାଟନା,୧୦/୦୮: ଗତକାଲି ବିଜେପି ହାତ ଛାଡ଼ିବା ଇସ୍ତଫା ଦେଇଥିବା ନୀତୀଶ କୁମାର ଆଜି ଆରଜେଡି ହାତ ଧରି ସରକାର ଗଠନ କରିଛନ୍ତି। ଏହା ସହିତ ସେ ଅଷ୍ଟମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ରାଜ୍ୟପାଳ ଫଗୁ ଚୌହ୍ବାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ସହିତ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।ବିଜେପିଠାରୁ ମେଣ୍ଟ ସମ୍ପର୍କ ଛିନ୍ନ କରିବା ପରେ ନୀତୀଶ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହିତ ହାତ ମିଳାଇଛନ୍ତି। ନୀତୀଶଙ୍କୁ ଆରଜେଡି ସହିତ କଂଗ୍ରେସ, ସିପିଆଇ, ସିପିଆଇଏମ୍ ଆଦି ୭ଟି ଦଳ ସମର୍ଥନ କରିଛନ୍ତି। ଏହି ୭ଟି ଦଳକୁ ନେଇ ନୀତିଶଙ୍କ ନେତୃତ୍ବରେ ଆଜି ବିହାରରେ ମହାମେଣ୍ଟ ସରକାର ଗଠନ ହୋଇଛି।

Leave A Reply

Your email address will not be published.