Jai Odisha
News

ବି.ଡବ୍ଲୁ.ଏଫ୍ ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ 2024: ସ୍ୱର୍ଣ୍ଣ ପାଇଁ ପ୍ରମୋଦ ଏବଂ ଦୀପଙ୍କ ଉପରେ ନଜର

ବି.ଡବ୍ଲୁ.ଏଫ୍ ରେ ଚମକିବେ ପ୍ରମୋଦ ଓ ଦୀପ

ଭୁବନେଶ୍ୱର : ଥାଇଲାଣ୍ଡର ପଟାୟା ସହରରେ ଆସନ୍ତା ୨୦ ଫେବୁୟାରି ଠାରୁ ୨୫ ଫେବୁୟାରି ୨୦୨୪ ହେବାକୁ ଥିବା ବି.ଡବ୍ଲୁ.ଏଫ୍ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନସିପ୍ ରେ ପାରା ଆଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା *ପ୍ରମୋଦ ଭାଗବତ* SL-3 ବର୍ଗ ଏବଂ ଆଉ ଅନ୍ୟା ଓଡ଼ିଆ SL-4 ବର୍ଗରେ *ଦୀପ ରଞ୍ଜନ ବିଶୋଇ* ଯୁଗଳ ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ାଇ କରିବେ। ବିଶ୍ୱ ଚାମ୍ପିଆନ୍ସିପ୍ ଆଗରୁ ପ୍ରମୋଦ ଓ ଦୀପ ଭଲ ଅଭ୍ୟାସ କରିଛନ୍ତି ଓ ଆନ୍ତ୍ୟଜାତୀୟ ସ୍ତର ରେ ପଦକ ବିଜୟ ହେଇଛନ୍ତି। ଛଅ ଥର ବିଶ୍ୱ ବିଜେତା ପ୍ରମୋଦ ଭାଗବତ ତାଙ୍କର ସ୍ୱର୍ଣ୍ଣ ପଦକକୁ ବାଜଇ ରଖିବାକୁ ପ୍ରସ୍ତୁତ ଅଛନ୍ତି । ଯାହାକି ସେ ୨୦୨୨ ରେ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନସିପ୍ ରେ ସିଙ୍ଗଲ୍ସ ରେ ସ୍ୱର୍ଣ୍ଣ ଓ ଡବଲ୍ସରେ ରୋପ୍ୟା ପଦକ ହାସଲ କରିଥିଲେ । ଆନ୍ତର୍ଜାତୀୟ ଇଭେଣ୍ଟରେ ୧୦୦ ରୁ ଅଧିକ ପଦକ ପାଇ ଭାରତୀୟ ପାରା ବ୍ୟାଡମିଣ୍ଟନ୍ ର ବର୍ତ୍ତମାନର ଶ୍ରେଷ୍ଠ ଖେଳାଳୀ। ଏହିଥର ପ୍ରମୋଦ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ରେ ଦେଶ ପାଇଁ ପ୍ରତିନିଧତ୍ଵ କରିବା ସହିତ ଭଲ ପ୍ରଦର୍ଶନ କରିବେ ବୋଲି ଥାଇଲାଣ୍ଡ ଯିବା ଆଗରୁ କହିଛନ୍ତି। ଦୀପ ରଞ୍ଜନ ବିଶୋଇ କହିଛନ୍ତି, “ମୁଁ କଠିନ ପ୍ରଶିକ୍ଷଣ ନେଉଛି। ମୁଁ ଜିମରେ ବହୁତ ସମୟ କାଟୁଛି ଏବଂ ମୋର ଯୁଗଳ ସାଥି ମନୋଜ ସରକାର ସହିତ ଭଲ ଅଭ୍ୟାସ ହୋଇଛି ଓଡିଶା ଲୋକଙ୍କୁ ନିରାଶ କରିବିନାହିଁ ଓ ଭଲ ପ୍ରଦର୍ଶନ ଦେଖାଇବି | ଏହି ବର୍ଷ ମୋ ପାଇଁ ଭଲ ଥିଲା, ମୁଁ କିଛି ବଡ ଟୁର୍ନାମେଣ୍ଟ ଜିତିଥିଲି ଏବଂ ମୁଁ ବିଶ୍ୱ ନଂ 1 ହେବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବି | ଲକ୍ଷ୍ୟ ହେଉଛି ବିଶ୍ୱ ଚାମ୍ପିଅନସିପ୍ ଜିତିବା। ଭାରତୀୟ ଦଳ ସହିତ କୋଚ୍ ଶିବ ପ୍ରସାଦ ଦାସ୍ ଥାଇଲାଣ୍ଡ ଯାତ୍ରା କରିଛନ୍ତି।

Leave A Reply

Your email address will not be published.