Jai Odisha
News

‘ବୀର ବାଳକ ସ୍ମାରକୀ’ ଗୁଜରାଟରେ ଆଜି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର,  ୨୮/୦୮:ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଗୁଜରାଟ ଗସ୍ତରେ ଅଛନ୍ତି । ଏହି ଗସ୍ତ କାଳରେ ସେ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ କରଛନ୍ତି ।  ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ସାବରମତୀ ରିଭରଫ୍ରଣ୍ଟରେ ଆୟୋଜିତ ଖାଦୀ ଉତ୍ସବ କାର୍ଯ୍ୟକ୍ରମରେ ଏକ ସଭାକୁ ସମ୍ବୋଧିତ କରିଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଅହମଦାବାଦ ନଗର ନିଗମ ପକ୍ଷରୁ ନିର୍ମିତ ଫୁଟ ଓଭର ବ୍ରିଜକୁ ଉଦ୍‌ଘାଟନ କରିଥିଲେ । ଏହି ବ୍ରିଜର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ କରାଯାଇଛି ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଗୁଜରାଟ ଗସ୍ତରେ ରବିବାର କଚ୍ଛ ଜିଲ୍ଲାର ଅଂଜାର ସହରରେ ‘ବୀର ବାଳକ ସ୍ମାରକୀ’ ଉଦ୍‌ଘାଟନ କରିବେ । ୨୦୨୧ ଜାନୁଆରୀ ୨୬ ତାରିଖରେ ଗୁଜରାଟରେ ବଡ଼ଧରଣର ଭୂମିକମ୍ପ ହୋଇଥିଲା । ଏହି ସମୟରେ ୧୮୫ଟି ସ୍କୁଲର ଛାତ୍ରଛାତ୍ରୀ ଓ ୨୦ ଜଣ ଶିକ୍ଷକ ସହରର ଏକ ରାଲିରେ ଭାଗ ନେଇଥିଲେ ଏବଂ ସେମାନେ ଭୂମିକମ୍ପ ଯୋଗୁଁ ଚାପି ହୋଇଯାଇଥିଲେ । ଏହି ଘଟଣାକୁ ପୂରା ବିଶ୍ୱ ବିପର୍ଯ୍ୟୟ ଭାବେ ଦେଖିଥିଲା । ସେହି ସମୟରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଏହି ପିଲାମାନଙ୍କ ସ୍ମୁତିରେ ସ୍ମାରକ ସ୍ଥଳୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଏବେ ଏହି ସ୍ମାରକ ସ୍ଥଳୀ ନିର୍ମିତ ହୋଇ ସାରିଛି, ଯାହାକି ପ୍ରଧାନମନ୍ତ୍ରୀ ଆଜି ଉଦଘାଟନ କରିବେ ।  ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମାର୍ଗଦର୍ଶନରେ ଏହି ସ୍ମାରକର ନିର୍ମାଣ କାର୍ଯ୍ୟ ପୂରା ହୋଇସାରିଛି । ଉଦ୍‌ଘାଟନରେ ସାମିଲ ହେବା ପାଇଁ ମୃତକଙ୍କ ପରିବାରର ୧୦୦ ଜଣ ସଦସ୍ୟଙ୍କୁ ଆମନ୍ତ୍ରିତ କରାଯାଇଛି । ଶିଶୁ ସଂଗ୍ରହାଳୟକୁ ୫ଟି ବିଭାଗରେ ବଣ୍ଟା ଯାଇଛି । ପ୍ରଥମ ବିଭାଗରେ ମୃତ ଶିଶୁଙ୍କ ଫଟୋ ରହିଛି ।

 

Leave A Reply

Your email address will not be published.